Hot Posts

6/recent/ticker-posts

ବିଶ୍ୱ ଫିଜିଓଥେରାପି ଦିବସ ପାଳିତ l

ବାଲେଶ୍ଵର , ୦୮/୦୯ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଦରଡା ସ୍ଥିତ ବାବା ଆଖଣ୍ତଳମଣି ଯୁବ ସେବା ସଂସଦ ପକ୍ଷରୁ ଆଜି ବିଶ୍ୱ ଫିଜିଓ ଥେରାପି ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସଂସଦର ସମ୍ପାଦକ ଗଜେନ୍ଦ୍ର ନାଥ ପ୍ରଧାନ, ଉପସଭାପତି ଅରୁଣ କୁମାର ଦାସ, ରତନୀ ବିନ୍ଧାଣୀ, ନୀଳାମ୍ବର ଭକ୍ତା, ରବୀନ୍ଦ୍ର କୁମାର ପରିଡ଼ା ଓ କାର୍ତ୍ତିକ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଫିଜିଓଥେରାପିର ଆବଶ୍ୟକତା,ଶାରୀରିକ ଗତିଶୀଳତା ବଜାୟ ରଖିବା, ଆଘାତ ପରବର୍ତ୍ତୀ ପୁନର୍ବାସନ ଏବଂ ଦୈନନ୍ଦିନ ଜୀବନ ରେ ସୁସ୍ଥ ଶାରୀରିକ ଅଭ୍ୟାସର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ଅତିଥି ଓ ସଦସ୍ୟମାନେ ଫିଜିଓଥେରାପି ସେବା ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ଅଧିକ ସଚେତନ ତା ସୃଷ୍ଟି କରିବା ସହ ଆବଶ୍ୟକତା ଅନୁଯାୟୀ ଯୋଗ୍ୟ ଫିଜିଓ ଥେରାପିଷ୍ଟଙ୍କ ପରାମର୍ଶ ନେବାକୁ ଆହ୍ୱାନ ଦେଇଥିଲେ। ଶେଷରେ ସମସ୍ତଙ୍କୁ ସୁସ୍ଥ ଓ ସକ୍ରିୟ ଜୀବନଯାପନ ପାଇଁ ନିୟମିତ ଶାରୀରିକ ଯତ୍ନ ଓ ସ୍ୱାସ୍ଥ୍ୟ ସଚେତନତା ଅବଲମ୍ବନ କରିବାକୁ ସନ୍ଦେଶ ଦିଆ ଯାଇଥିଲା। ସରସ୍ୱତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲା।


ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l