ବାଲେଶ୍ଵର, ୧୨/୦୯ (ପ୍ରଭାକର ମଲ୍ଲିକ) : ବର୍ଷା ଯୋଗୁଁ ଡ୍ରେନ ପୋତି ଯିବା ଫଳରେ ଜଳ ନିଷ୍କାସନ ହୋଇନପାରି ଅପରିସ୍କାର ପାଣି ଦୀର୍ଘ ଦିନ ଧରି ଜମା ହୋଇ ରହୁଥିଲା। ପ୍ରଶାସନକୁ ଅଭିଯୋଗ କଲା ପରେ ଵି ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ନ ଦେବାରୁ ବାଧ୍ୟ ହୋଇ ଶନିବାର ସ୍ଥାନୀୟ ଗଜାନାନ କ୍ଲବର ଯୁବକମାନେ ଡ୍ରେନ ସଫା କରିବା ସହ ଜଳ ନିଷ୍କାସନ ପଥ ପରିଷ୍କାର କରିଥିଲେ। ପ୍ରକାଶ ଥାଉକି ଯେ, ବଜାର, ଷ୍ଟେସନ, ବସଷ୍ଟାଣ୍ଡ, ସ୍କୁଲ,କଲେଜ, ଚିକିତ୍ସାଳୟ ,ପଞ୍ଚାୟତ ଓ ସମବାୟ ସମିତି କାର୍ଯ୍ୟାଳୟକୁ ଯିବା ମୁଖ୍ୟ କଂକ୍ରିଟ ରାସ୍ତ ଏଟେ। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପାଣି ଦୀର୍ଘ ଦିନ ଧରି ଜମି ରହୁଥିଲା। ଗତ କିଛି ଦିନ ଧରି ଅପରାହ୍ନ ସମୟରେ ବର୍ଷା ଲାଗିରହିଥିବାରୁ ଅମର୍ଦାରୋଡ ଅଞ୍ଚଳରେ ରାସ୍ତା ଘାଟ ଜଳମଗ୍ନ ହୋଇଥିଲା। ଅମର୍ଦାରୋଡ ନଟାକଟା ପଞ୍ଚାୟତ ଗାଁ,ସାହି,ଜଳମଗ୍ନ ରହିବା ସହ ଗାଁ ରାସ୍ତାଘାଟରେ ବର୍ଷା ପାଣି ଜମା ହୋଇ ରହୁଛି। ଜଳ ନିଷ୍କାସନ ହୋଇପାରୁନଥିବାରୁ ଦୀର୍ଘ ଦିନ ପ୍ରଯ୍ୟନ୍ତ ଜଳମଗ୍ନ ହୋଇ ରହୁଥିଲା।କାରଣ ବର୍ଷା ପୂର୍ବରୁ ପ୍ରଶାସନ ପକ୍ଷରୁ ପୋତି ହୋଇଯାଇ ଥିବା ନାଳନାର୍ଦମା ସଫା କରାଯାଇ ନଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ପାଣି ଢେଉ ମାରୁଛି।ଏପରି ସ୍ଥିତି ଉପୁଜୁବା ସହିତ ଲଗାଣ ବର୍ଷା ଯୋଗୁଁ ନଟାକଟା ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ଯିବା ମୁଖ୍ୟ ରାସ୍ତା କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖଦେଇଥିଲା। ବର୍ଷା ଯୋଗୁଁ ନଟାକଟା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ମୁଖ୍ୟରାସ୍ତା ଶ୍ରୀ ପ୍ରଧାନ ବଜାର ସ୍ଥିତ ଦୋକାନ ସମୁଖରେ ଥିବା ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ଅପରିଷ୍କାର ପାଣି ଦୀର୍ଘ ଦିନ ପର୍ଯ୍ୟନ୍ତ ଜମା ହୋଇ ରହୁଥିଲା। ଯାଫଳରେ ଗ୍ରାମବାସୀ ଠାରୁ ଆରମ୍ଭ କରି ସ୍କୁଲ,କଲେଜ ଛାତ୍ରଛାତ୍ରୀ, ପଞ୍ଚାୟତ ଓ ସମବାୟ ସମିତି କାର୍ଯ୍ୟାଳୟକୁ ଉକ୍ତ ରାସ୍ତା ଦେଇ ଯାତୟତ କରିବାରେ ଘୋର ଅସୁବିଧାର ସମୁଖୀନ ହେଉଥିଲେ। ଉକ୍ତ ରାସ୍ତା ଦେଇ ଲୋକେ ଆଣ୍ଠୁଏ ପର୍ଯ୍ୟନ୍ତ ଲୁଗା ଟେକି ଯାତାୟତ କରୁଥିବା ଲୋକେ।ହେଲେ ପ୍ରଶାସନ ଅଞ୍ଚଳର ସ୍ଵାର୍ଥ ଓ ଲୋକଙ୍କ ଦୁର୍ଦଶାକୁ ଦୃଷ୍ଟି ଦେଉନ ଥିବାରୁ ଏପରି ସମସ୍ୟା ଉପୁଜୁଛି।ଦୀର୍ଘ ଦିନରୁ ଏପରି ସମସ୍ୟା ଉପୁଜୁଛି ହେଲେ ପ୍ରଶାସନିକ ଅଧିକାରୀ ଜାଣି ଥିଲେ ମଧ୍ୟ ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ପ୍ରତ୍ୟକ ଦିନ ଉକ୍ତ ରାସ୍ତା ଦେଇ ଜାତାୟତରେ ଦହଗଞ୍ଜ ହୋଇ ଯାଉଥିଲେ ମଧ୍ୟ ଜଳ ନିଷ୍କାସନ ସମସ୍ୟାର ସମାଧାନ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରୁନଥିବା ରୁ। ଶନିବାର ସ୍ଥାନୀୟ ଗଜାନନ କ୍ଲବର ପ୍ରାୟ ୩୦ ରୁ ଉର୍ଦ୍ଦ ଯୁବକ ମାନେ ପୋତି ଯାଇଥିବା ଡ୍ରେନ ସଫା କରିବା ସହିତ ଜଳ ନିଷ୍କାସନ ସୁବନ୍ଦ ବୋସ୍ତ କରିଥିଲେ।ଗଜାନନ କ୍ଲବର ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ,ସ୍କୁଲ କଲେଜ ଛାତ୍ରଛାତ୍ରୀ,ପଥଚାରି ଓ ଯାତ୍ରୀମାନେ ଯୁବକମାନଙ୍କ ଜନସେବା କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
