ବାଲେଶ୍ଵର, ୧୧/୦୯ ( ପ୍ରଭାକର ମଲ୍ଲିକ ) : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତ ର୍ଗତ ଅମର୍ଦାରୋଡ ସ୍ଥିତ ସିଦ୍ଧେଶ୍ବର ସରକାରୀ ଉଚ୍ଚବିଦ୍ୟାଳୟରେ ନର୍ଥ ଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୋନ ଅନ୍ତର୍ଗତ ବିଭିନ୍ନ ସ୍କୁଲର ୧୪ ରୁ ୧୭ ବର୍ଷ ବର୍ଗର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଉଦଘାଟନି ସଭାରେ ବିଦ୍ୟା ଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ସେଠୀଙ୍କ ସଭାପତିତ୍ଵ କରିଥିଲେ।ସେ ନିଜ ଅଭିଭାଷଣରେ କହିଥିଲେ ଯେ, କ୍ରୀଡା ଛାତ୍ର/ଛାତ୍ରୀଙ୍କୁ ଶାରୀରିକ ସୁସ୍ଥତା ସହିତ ମାନସିକ ଦୃଢ଼ତା, ଶୃଙ୍ଖଳା,ଧର୍ଯ୍ୟ ଓ ଆତ୍ମବିଶ୍ବାସକୁ ବୃଦ୍ଧି କରେ। ଜିତିବା ଅପେକ୍ଷା ଖେଳର ନିୟମ ମାନି ସତ୍ୟନିଷ୍ଠା ଓ କ୍ରୀଡ଼ାସୁଲଭ ଗୁଣ ମନୋ ଭାବରେ ଅଂଶ ଗ୍ରହଣ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଛାତ୍ର/ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟଅତିଥି ଭାବେ ନଟାକଟା ପଞ୍ଚାୟତର ସରପଞ୍ଚ ବନ୍ଦନା ସେଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ସିଆରସିସି ଗଣେଶ ଚନ୍ଦ୍ର ଜେନା, ବିଶିଷ୍ଠ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରି ଷଦ ସଦସ୍ୟ ଶମ୍ଭୁନାଥ ସେଠୀ, ପରିଚାଳନା କମିଟି ସଭାପତି ଶୁଭ୍ରାଂଶୁ ଶେଖର ପଣ୍ଡା, ସମିତିସଭ୍ୟା ପ୍ରତିନିଧି ଗଣେଶ ଚଣ୍ଡ ଓ ପରିଚାଳନା କମିଟି ସଦସ୍ୟ ଅଜୟ କୁମାର ସ୍ଵାଇଁ,ଖେଳ ଶିକ୍ଷୟତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେ, ପ୍ରମୁଖ ଯୋଗଦେଇ ଛାତ୍ର/ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କର୍ଯ୍ୟକ୍ରମରେ ଅତିଥି ପରିଚୟ ଶିକ୍ଷକ ପ୍ରସନ କୁମାର ଦାସ,ମଞ୍ଚ ପରିଚାଳନା ଶିକ୍ଷକ ପ୍ରଦୀପ କୁମାର ଦାସ ଓ ଶିକ୍ଷକ ହୃଷିକେଶ ଜେନା ପ୍ରଥମେ ବେଦ ପାଠ କରିଥଲେ। ଛାତ୍ର ଛାତ୍ରୀ ମାନଙ୍କୁ ନେଇ, ଦୌଡ, କବାଡି, କ୍ରିକେଟ, ଭଲିବଲ, ଫୁଟବଲ ଆଦି ବିଭିନ୍ନ ପ୍ରକାରର ଖେଳ ଆୟୋଜନ ହେଇଥିବା ବେଳେ ନର୍ଥ ଜୋନର କ୍ରୀଡା ଶିକ୍ଷକ ମହେନ୍ଦ୍ର ବେହେରା, ସୁନା ରାମ ସେଠି, କରୁଣା କର ମୁର୍ମୁ, ରତିକାନ୍ତ ମଣ୍ଡଳ ଓ ଶିକ୍ଷକ/ଶିକ୍ଷୟତ୍ରି ମାନେ ଖେଳ ପରିଚାଳନା କରିଥିଲେ।ଏହି କ୍ରୀଡା ଆୟୋଜନକୁ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ସଫଳ କରିବାରେ ସହଯୋଗ କରିଥିଲେ।ଶେଷରେ ସ୍କୁଲର କ୍ରୀଡା ଶିକ୍ଷୟତ୍ରୀ ଅର୍ଣ୍ଣ ପୂର୍ଣ୍ଣା ଦେ ଧନ୍ୟବାଦ ଅର୍ପଣ କରି ଥିଲେ।
ବାଲେଶ୍ୱର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
