କଟକ, ୧୧/୦୯ ( କାହୁଁ ଚରଣ ବାରିକ ) : ଓଡିଶା ସରକାର ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କଟକ ଜିଲ୍ଲାର ସାଲେପୁର ର ପିଏମଶ୍ରୀ ସାଲେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଷରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଥିଲା |ଏହି ଶିବିରକୁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ |ସୂଚନା ମୁତାବକ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲୀ କରିବା ପାଇଁ ଓଡିଶା ସରକାର ର ସାମାଜିକ ସୁରକ୍ଷା ଓ ଭୀମଭୋଇ ଭିନ୍ନକ୍ଷମ ସଶକ୍ତିକାରଣ ବିଭାଗ ପକ୍ଷରୁ ଶିବିର ଅନୁଷ୍ଠିତ ହୋଇଥିଲା |