Hot Posts

6/recent/ticker-posts

ରାୟଗଡ଼ାରେ KIMS ରେନୋଭା ପକ୍ଷରୁ କ୍ୟାନ୍ସର ଉପରେ C M E ର ଆଲୋଚନା ଚକ୍ର

ରାୟଗଡ଼ା, ୦୩/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନ୍ସର ରୋଗର ଆଧୁନିକ ଚିକିତ୍ସା ଓ ସଚେତନତା ନେଇ ଏକ ସ୍ୱତନ୍ତ୍ର CME କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। KIMS ରେନୋଭା କ୍ୟାନ୍ସର ଇନଷ୍ଟିଚ୍ୟୁଟ, ସୀତାମ୍ମାଧାରା, ବିଶାଖାପାଟଣା ଓ ଇଣ୍ଡିଆନ ମେଡିକାଲ ଆସୋସିଏସନ, ରାୟଗଡ଼ା ଶାଖାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗତ ସେପ୍ଟେମ୍ବର ୦୨ ତାରିଖ ବୁଧବାର ରାତି ୮ ଟାରେ ରାୟଗଡ଼ା DHH ର DMO କମ ସୁପରିଟେଣ୍ଡେଣ୍ଟଙ୍କ କନଫରେନ୍ସ ହଲରେ ଏହି କାର୍ଯ୍ୟକ୍ରମ ହୋଇଥିଲା।ଏହି CME ରେ ମୁଖ୍ୟ ବକ୍ତା ଭାବେ ରେନୋଭାର ତିନି ଜଣ ବରିଷ୍ଠ କ୍ୟାନ୍ସର ବିଶେଷଜ୍ଞ ଯୋଗ ଦେଇଥିଲେ। ଡା. ରାମାବତ ଦେବ, ଚିଫ କନସଲଟାଣ୍ଟ ମେଡିକାଲ ଅନକୋଲୋଜି ଓ ଡାଇରେକ୍ଟର ଅଫ ଅନକୋଲୋଜି, କେମୋଥେରାପି ଓ ଇମ୍ୟୁନୋଥେରାପି ବିଷୟରେ କହିଥିଲେ। ଡା. ଭେଙ୍କଟ କୃଷ୍ଣା ରେଡ୍ଡୀ, ବିଭାଗ ମୁଖ୍ୟ, ରେଡିଏସନ ଅନକୋଲୋଜି, ଅତ୍ୟାଧୁନିକ ରେଡିଏସନ ପଦ୍ଧତି ବିଷୟରେ ଆଲୋଚନା କରିଥିଲେ। ଡା. ଉମାଶଙ୍କର ତନ୍ତ୍ରବାହୀ, ଚିଫ ସର୍ଜିକାଲ ଅନକୋଲୋଜିଷ୍ଟ ଓ ଲିଡ ରୋବୋଟିକ ସର୍ଜନ, ରୋବୋଟିକ ସର୍ଜରୀ ଦ୍ୱାରା କ୍ୟାନ୍ସର ଚିକିତ୍ସା ବିଷୟରେ ସୂଚନା ଦେଇଥିଲେ। IMA ରାୟଗଡ଼ା ସଭାପତି ଡା. ବି.ଏଲ.ଏନ. ପୃଷ୍ଟି, ସାଧାରଣ ସମ୍ପାଦକ ଡା. ଡି.କେ. ଦେବ ଓ କୋଷାଧ୍ୟକ୍ଷ ଡା. ପି.କେ. ଶୁଭୁଢ଼ିଙ୍କ ଉପସ୍ଥିତିରେ ଜିଲ୍ଲାର ବହୁ ଡାକ୍ତର ଏଥିରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରେ ରାତ୍ରି ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ ବରିଷ୍ଟ କାର୍ଯ୍ୟନିର୍ବାହୀ ରାୟଗଡ଼ା ଜିଲ୍ଲା ର ଝୁନେଶ କୁ ନାୟକ