Hot Posts

6/recent/ticker-posts

ଜେକେପୁରରେ ସ୍ୱର୍ଗତ ଏଲା କଣ୍ଡା ବାବୁଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି

ରାୟଗଡ଼ା, ୦୩/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲା ଜେକେପୁର ଅଞ୍ଚଳରୁ ଏକ ମର୍ମସ୍ପର୍ଶୀ ଖବର। ରେଲ୍ଲୀ ସମାଜ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗରେ ପ୍ରିୟ ନେତା ତଥା ସମାଜସେବୀ ସ୍ୱର୍ଗତ ଏଲା କଣ୍ଡା ବାବୁଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ କାନ୍ତଲା ଗୌରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଭାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ ଏଲା କଣ୍ଡା ବାବୁ ଜେକେପୁରବାସୀଙ୍କ ଜଣେ ନିଃସ୍ୱାର୍ଥପର ସୁଖଦୁଃଖର ସାଥୀ ଥିଲେ। ଜନସେବା ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଏହି ବିୟୋଗ ପରିବାର, ରେଲ୍ଲୀ ସମାଜ ତଥା ସମଗ୍ର ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି ଅଟେ। ଶୋକସନ୍ତପ୍ତ ପରିବାରକୁ ଧୈର୍ଷ ମିଳୁ ବୋଲି ପ୍ରାର୍ଥନା କରାଯିବା ସହ ସମସ୍ତେ ମିଶି ଏଲା କଣ୍ଡା ବାବୁଙ୍କ ଅଧୁରା ସ୍ୱପ୍ନକୁ ଆଗକୁ ନେବାକୁ ଶପଥ ନେଇଥିଲେ। ଏହି ସଭାରେ ମୁଖ୍ୟ ଅତିଥି କାନ୍ତଲା ଗୌରୀଙ୍କ ସମେତ ରେଲ୍ଲୀ କମୁନିଟି ପ୍ରେସିଡେଣ୍ଟ ଜେ ବସାନ୍ତ, ଜେ ଜ୍ୟୋତି, ଏମ୍. କୋଟି ଗୌରୀ ଶଙ୍କର, ଏମ୍. ସାଇତି ବାବୁ, ଲକ୍ସମନ ରାଓ, ଜେ ରାବନା, ଜି ଗୌରୀ, ୟେ ଚଣ୍ଟି, ଜେ ଆଶକ ପ୍ରମୁଖ ଉପସ୍ଥିତ ଥିଲେ।