Hot Posts

6/recent/ticker-posts

ଲାଞ୍ଜିଗଡ ପୁଲିସ ଥାନା ପରିସରରେ ନିଶା ମୁକ୍ତ ଓଡିଶା ଅଭିଯାନ ନେଇ ସଚେତନତା ସଭା ଆୟୋଜିତ ହେଲା I

କଳାହାଣ୍ଡି, ୩୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ଥାନାରେ ଆଜି ସୋମବାର ଦିନ ସାଢେ ୧୧ ଘଣ୍ଟା ୪୦ ମିନିଟ ସମୟରେ ଥାନା ପରିସରରେ ମଧ୍ୟରେ ଓଡିଶା ପୁଲିସ ଦ୍ୱାରା ଆୟୋଜିତ ନିଶା ମୁକ୍ତ ଓଡିଶା ଅଭିଯାନ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହେଇଯାଇଛି । ଏଥିରେ ଥାନା ଅଧିକାରୀ ଯଶୋବନ୍ତ ହିଆଁଲଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସଭାରେ ଲାଞ୍ଜିଗଡ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ । ନିଶା ଏକ ରାକ୍ଷାସ । ଦିନକୁ ଦିନ ଏହା ବୃଦ୍ଧି ପାଇ ଯୁବ ଗୋଷ୍ଠୀଙ୍କୁ ବିପଥଗାମୀ କରୁଛି । ତେଣୁ ଏହି ନିଶା ରାକ୍ଷାସ କବଳରୁ ସମାଜକୁ ମୂକ୍ତ କରିବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ଥାନା ଅଧିକାରୀ ଶ୍ରୀ ହିଆଁଲ ଅନୁରୋଧ କରିଥିଲେ । ଏହାସହ ଏହି ନିଶା ନିବାରଣ ନେଇ ଘରେ ଘରେ ସଚେତନ‌ତାର ବାର୍ତ୍ତା ପହଞ୍ଚାଇ ନିଶାର କୁ ପ୍ରଭାବ ସମ୍ବନ୍ଧରେ ଲୋକକୁ ସଚେତନତା କଲେ ନିଶା ମୁକ୍ତ ଓଡିଶା ଅଭିଯାନ ସଫଳ ହେଇ ପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଲାଞ୍ଜିଗଡ ଥାନା ଏ.ଏସ.ଆଇ ବଳଭଦ୍ର ଗୌଡ,ଏ.ଏସ. ଆଇ ମୋହନ କୁମାର ପରଜା,ସ୍ଵର୍ଣ୍ଣଲତା ଗମାଙ୍ଗୋ ପ୍ରୁମୁଖଙ୍କ ସମେତ ସମସ୍ତ ପୁଲିସ କର୍ମଚାରୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ରହି ସହଯୋଗ କରିଥିଲେ । ଏହି ଅବସରରେ ନିଶା ମୁକ୍ତ ଓଡିଶା ଗଠନ ନେଇ ଶପଥ ପାଠ କରାଯାଇଥିଲା I ତାପରେ ଏ.ଏସ.ଆଇ ଶ୍ରୀ ଗୌଡ଼ ଆସିଥିବା ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ଟି କୁ ସମାପ୍ତ କରିଥିଲେ I



କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ