Hot Posts

6/recent/ticker-posts

ଅଙ୍ଗନୱାଡି କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ, ତାଲା ପକାଇ ଗ୍ରାମବାସୀଙ୍କ ପ୍ରତିବାଦ

କଳାହାଣ୍ଡି, ୩୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ଗ୍ରାମର ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରକୁ ନେଇ ତେଜିଛି ଅସନ୍ତୋଷ। ଅଙ୍ଗନୱାଡି କେନ୍ଦ୍ର ଠିକ୍ ଭାବେ ଚାଲୁନଥିବା, ଅଙ୍ଗନୱାଡି ଦିଦି ନିୟମିତ ଭାବେ କେନ୍ଦ୍ରକୁ ଆସୁନଥିବା ଏବଂ ଛୁଆମାନଙ୍କୁ ଦିଆଯାଉଥିବା ଖାଦ୍ୟରେ ଅନିୟମିତତା ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ନେଇ ଆଜି ଗ୍ରାମବାସୀମାନେ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଛୋଟ ଛୋଟ ଶିଶୁଙ୍କ ପୋଷଣ ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ତେବେ ଏହି ଅଭିଯୋଗର ସତ୍ୟତା କେତେ, ତାହାର ତଦନ୍ତ କରିବା ସହ ଅଙ୍ଗନୱାଡି କେନ୍ଦ୍ରରେ ଉପୁଜିଥିବା ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ କୋକସରା ବ୍ଲକ ଦାୟିତ୍ୱରେ ଥିବା ସିଡ଼ିପିଓ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିଲା ନାହିଁ। ତେବେ ଘଟଣାକୁ ନେଇ ପ୍ରଶାସନର ପ୍ରତିକ୍ରିୟା କଣ ରହୁଛି, ତାହାକୁ ଅପେକ୍ଷା କରାଯାଇଛି।


କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ