Hot Posts

6/recent/ticker-posts

କଟକ CDAର କାସ୍ୟୁ ରେଷ୍ଟୁରାଣ୍ଟରେ ଚଢ଼ାଉ, ହୁକା-ଜୁଆ-ମଦ ସହ ବାସି ଖାଦ୍ୟ ଜବତ

କଟକ, ୩୦/୦୯ ( କାହୁଁ ଚରଣ ବାରିକ ) : କଟକ CDA ଅଞ୍ଚଳର ଚର୍ଚିତ କାସ୍ୟୁ (Cassue) ରେଷ୍ଟୁରାଣ୍ଟ ରେ ବେଆଇନ କାରବାରର ପର୍ଦାଫାଶ। ରେଷ୍ଟୁରାଣ୍ଟ ଆଳରେ ବେଆଇନ ହୁକା ବାର୍, ଜୁଆଖେଳ ଓ ମଦ ବ୍ୟବସାୟ ଚାଲିଥିବା ବେଳେ ଆଜି CMC, ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍ ଚଢ଼ାଉ କରିଛି। ଚଢ଼ାଉ ବେଳେ ରେଷ୍ଟୁରାଣ୍ଟରୁ ବିପୁଳ ପରିମାଣର ବାସି ଖାଦ୍ୟ ମଧ୍ୟ ଜବତ କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳାଯାଉଥିବା ନେଇ ଅଭିଯୋଗ ପରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ରେଷ୍ଟୁରାଣ୍ଟ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କେଏମସି ର ସ୍ୱାସ୍ଥ୍ୟ ବିଭାଗ । କେଏମସି ଫୁଡ୍ ସେଫ୍ଟୀ ଟିମ୍, ପୋଲିସ ଓ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ାଉ କରିଛି । ସିଡିଏ ସେକ୍ଟର ୬ କାସ୍ୟୁ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ସମୟରେ ବିପୁଳ ପରିମାଣର ନିକୋଟିନ୍ ଯୁକ୍ତ ହୁକା, ଜୁଆ, ମଦ ଓ ବାସି ଖାଦ୍ୟ ଜବତ କରିଛି  ସ୍ବାସ୍ଥ୍ୟ ବିଭାଗ । ଖାଦ୍ୟ ଲାଇସେନ୍ସରେ ଏହିଭଳି ବେଆଇନ ଭାବେ ହୁକା ବାର ଚାଲିଥିଲା । ରେଷ୍ଟୁରାଣ୍ଟଟୁ କୁ ପାଞ୍ଚ ହଜାର ଜୋରିମାନା ସହ ସିଲ୍ କରିଛି କେଏମସି ସ୍ୱାସ୍ଥ୍ୟ ବିଭାଗ ।