Hot Posts

6/recent/ticker-posts

ଲଇକେରା ରେ ଜନ୍ମାଷ୍ଟମୀ ପାଳିତ

ଲଇକେରା, ୦୫/୦୯ ( ନବଦୂତ ) : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସର ରେ ଝାରସୁଗୁଡା ଜିଲ୍ଲା ଲଇକେରା ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ ଭକ୍ତିମୟ ପରିବେଶ ମଧ୍ୟରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀକୃଷ୍ଣଙ୍କ ଜନ୍ମଲୀଳା କୁ ଗୀତରେ ଉପସ୍ଥାପନ କରାଯାଇଥିଲା ।କାର୍ଯ୍ଯକ୍ରମରେ ଦେବକୀ, ବସୁଦେବ ଓ କଂସଙ୍କ କାହାଣୀ ସହ ଶ୍ରୀକୃଷ୍ଣଙ୍କ ଜନ୍ମ ପ୍ରଦର୍ଶିତ ହୋଇଥିଲା । ସୁଶାନ୍ତ ସାହୁ ଉଗ୍ରସେନଙ୍କ ଭୂମିକାରେ ପହରା ଦେଉଥିବା ଦୃଶ୍ୟ ଭକ୍ତ, ଉପାସକ ଓ ଉପାସାରୀମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା ।ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମଲୀଳା ପାଳନ କରାଯାଇ ଥିଲା ।ଜନ୍ମଲୀଳା ଦର୍ଶନ ଓ ପ୍ରଭୁଙ୍କ ଆଶୀର୍ବାଦ ପାଇଁ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ରେ ସମାଗମ ହୋଇଥିଲେ ।ଏଥିରେ ମନ୍ଦିର ପରିସର ହରିବୋଲ, ହୁଳହୂଳି, ଶଙ୍ଖ ଘଣ୍ଟ ଶବ୍ଦରେ ଭକ୍ତିମୟ ପରିବେଶରେ ମୁଖରିତ ହୋଇଥିଲା ।