ରାଜାମୁଣ୍ଡା ଗ୍ରାମରେ ସଶସ୍ତ୍ର ଡକାୟତି ଘଟଣାରେ ଝରିଗାଁ ପୋଲିସର ସଫଳତା ଓ ସାମ୍ବାଦିକ ସମ୍ମିଳନୀ।
ଝରିଗାଁ, ୦୪/୦୯ (ନକୁଲ ଭତରା) : ଜୁଲାଇ ମାସ ୧୦ ତାରିଖ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଝରିଗାଁ ଥାନା ଅଧୀନ ବାଣୁଆ ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରାଜାମୁଣ୍ଡା ଗ୍ରାମରେ ସଶସ୍ତ୍ର ଡକାୟତି ଘଟଣାରେ ଝରିଗାଁ ପୋଲିସ ହାତକୁ ଲାଗିଛି ପ୍ରାଥମିକ ସଫଳତା। ରାଯାମୁଣ୍ଡା ଗ୍ରାମରେ ରହୁଥିବା ଅବସର ପ୍ରାପ୍ତ ଶିକ୍ଷକ ଲଛମନ ଠାକୁରଙ୍କ ଗୃହରୁ ବିଳମ୍ବିତ ରାତ୍ରିରେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ସହ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଝରିଗାଁ ଥାନା ରେ ଏତଲା ଦେଇଥିଲେ। ଘଟଣା ଦିନରୁ ଏସ ପି ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫି୍କ୍ ଟିମ ସହାୟତାରେ ସ୍ଥିତି ଅନୁଧ୍ୟାନ କରିବା ସହ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲେ। ନବରଙ୍ଗପୁର ଏସ ପି କଶ୍ୟପ ପାର୍ଥ ଜଗଦୀଶଙ୍କ ନିର୍ଦେଶନାରେ ଏସଡିପିଓ ଶୁଭେନ୍ଦୁ କୁମାର ଶବରଙ୍କ ନେତୃତ୍ୱରେ ଝରିଗାଁ ଥାନା ଅଧିକାରୀ ରଚିତା ମାଡ଼କାମୀ ଉମରକୋଟ ଥାନା ଅଧିକାରୀ ଯୁଗଳ କିଶୋର ଶବର , ହାବିଲଦାର ମୁରଲୀ ବିଷୋୟୀ ଓ ପୋଲିସ୍ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ତେବେ ନିରନ୍ତର ତଦନ୍ତ ଜାରି ରହିଥିବା ବେଳେ ପ୍ରାଥମିକ ସଫଳତା ଲାଗିଛି ପୋଲିସ ହାତରେ। ଏନେଇ ଝରିଗାଁ ଥାନା ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏସ ଡି ପି ଓ ଶୁଭେନ୍ଦୁ କୁମାର ଶବର ସାମ୍ବାଦିକ ସମ୍ମିଳନୀରେ ସଫଳତା ନେଇ ସୂଚନା ଦେଇଛନ୍ତି। ଦେଇଥିବା ସୂଚନା ପ୍ରକାରେ ସ୍ଥାନୀୟ ଅଞ୍ଚଳର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ଆସନ୍ତା କାଲି କରାଯିବ ବୋଲି କହିଛନ୍ତି। ତେବେ ଅଭିଯୁକ୍ତଙ୍କ ଠାରୁ ୧ ଲକ୍ଷ ୫୧ ହଜାର ଟଙ୍କା ନଗଦ ୩ ଟି ମୋବାଇଲ ସମେତ ଛୁରୀ,ଭୁଜାଲି ଖଣ୍ଡା ଓ ଲୁହା ରୋଡ ଜବତ ହୋଇଛି। ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ କୁ ଅତି ଶିଘ୍ର ପୋଲିସ ଗିରଫ କରିବ ଏବଂ ଏହା ନେଇ ଚୂଡାନ୍ତ ପ୍ରକ୍ରିୟା ଜାରି ରହିଥିବା ଏସ ଡି ପି ଓ ଶ୍ରୀ ଶୁଭେନ୍ଦୁ ଶବର ସାବାଦୁକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଏସ ପି କଶ୍ୟପଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପୋଲିସର ସହାୟତା ଏବଂ ଗଠିତ ସ୍ୱତନ୍ତ୍ର ଦଳର ସକ୍ରିୟ କାର୍ଯ୍ୟ ଲାଗି ସଫଳତା ମିଳିଥିବା କହିଛନ୍ତି ଶ୍ରୀ ଶବର।ଏହି ପରିପ୍ରେକ୍ଷୀରେ ଝରିଗାଁ ଥାନା ଅଧିକାରୀ ରଚିତା ମାଡ଼କାମୀ ଉମରକୋଟ ଥାନା ଅଧିକାରୀ ଯୁଗଳ କିଶୋର ଶବର ଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।