Hot Posts

6/recent/ticker-posts

ଚଳନା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳନ

ସିନାପାଲି, ୦୫/୦୯ ( ପରମେଶ୍ୱର ମେହେର ) : ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶନିବାର ଗୁରୁଦିବସ ପାଳନ କରାଯାଇଛି ା ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଯୋଷୀଙ୍କ ସଭାପତିତ୍ୱରେ ଏନେଇ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟୁତ ଖମାରୀ ଓ ସାରଙ୍ଗପାଣି ଦଣ୍ଡସେନାଙ୍କ ସହ ସ୍କୁଲ ପରିଚାଳନା କମିଟିର ସଭାପତି ଅରୁଣ ନିଆଲ ଯୋଗଦେଇଥିଲେ l ଅତିଥିଙ୍କ ସମେତ ମଂଚାସୀନ ଶିକ୍ଷକ ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଶୀ, ବୈଷ୍ଣବ ମେହେର, ସୁମିତ୍ରା ମେହେର, ଉଗ୍ରେସନ ହଂସ ଗୁରୁଦିବସର ମହତ୍ୱ ଏବଂ ଗୁରୁଶିଷ୍ୟଙ୍କ ନିସ୍ଵାର୍ଥପର ସମ୍ପର୍କ ବିଷୟରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ ା ଶୃଙ୍ଖଳିତ ଆଚରଣ ନିମନ୍ତେ ଏ ଅବସରରେ ଚତୁର୍ଥ ଶ୍ରେଣୀର ଆକୃତି ବାଗ, ପଞ୍ଚମର ଯାଜ୍ଞସେନୀ ମଶ୍ରା, ଷଷ୍ଠର ପ୍ରିନ୍ସ ବିଶି, ସପ୍ତମର ସଂଘମିତ୍ରା ନାୟକ, ଅଷ୍ଟମର ନିରୁପମା ମଶ୍ରା ଓ ଶୃଙ୍ଖଳିତ ଶ୍ରେଣୀ ଭାବରେ ଷଷ୍ଠ ଶ୍ରେଣୀକୁ ପ୍ରଶଂସା ପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା l ପ୍ରାରମ୍ଭରେ ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଶେଷରେ ମମିତା ପଟ୍ଟଯୋଶୀ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ କରାଯାଇଥିଲା ା