ମାର୍ ଓ୍ଵାଡି ହାଇସ୍କୁଲରେ ଗୁରୁଦିବସ ପାଳନ
କଟକ, ୦୫/୦୯ ( କାହୁଁ ଚରଣ ବାରିକ ) : ଶନିବାର ସକାଳ ୮ ଘଟିକା ସମୟରେ ମହାନ୍ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୂଣ୍ୟ ତିଥିରେ ପବିତ୍ର ଗୁରୁଦିବସ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଅତିଥି ଭାବରେ ଯୋଗଦାନ କରିଥିଲେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶ୍ରୀ ଅଭିମନ୍ୟୁ ରଥ, ଶ୍ରୀମତୀ ଉତ୍କଳିକା ପତି, ଶ୍ରୀମତୀ ସଂଯୁକ୍ତା ତ୍ରିପାଠୀ, ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମୃତିରେଖା ବେହେରା, ବନିତା ବେହେରା, ବିପ୍ଳବିକା ମିଶ୍ର, ନୀଳିମା ସାହୁ, ଶୋଭା କିରୋ, ପ୍ରିତିମୟୀ ରାଉତ, ହେମନ୍ତ ନାଥ, ଦେବୀଦତ୍ତ ଦେବାଶିଷ ବାଗ, ସୁସ୍ମିତା ସାହୁ ପ୍ରମୁଖ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସରକାର ଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ତିନି ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ବହୁ ପ୍ରତିଷ୍ଠିତ ପୁରାତନ ଛାତ୍ର ପ୍ରମୁଖଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵନାଥ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୁରୁବନ୍ଦନା ଗାନ କରିଥିଲେ। ପୁରାତନ ଛାତ୍ର ଡ଼ଃ ବିଶାଲ ଶର୍ମା ଓ ଲଲାଟେନ୍ଦୁ ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।