Hot Posts

6/recent/ticker-posts

ଖୋଟଲୁଗୁଡା ରାସ୍ତାରେ ବଡ଼ ଗାତ, ଯାତାୟାତ ଠଵ

କଳାହାଣ୍ଡି, ୦୬/୦୯ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ ଖୋଟଲୁଗୁଡା ଗ୍ରାମରୁ ମୋଟେର–ମୂଖିଗୁଡା ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା RD ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ରାସ୍ତାର ମଝିରେ ବଡ଼ ଗାତ ହୋଇଥିବାରୁ ଯାନବାହନ ଚଳାଚଳରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଏହି ବଡ଼ ଗାତ ବିପଦର କାରଣ ପାଲଟିଛି। ରାତି ସମୟରେ ଏଠାରେ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ରହିଛି। ସବୁଠାରୁ ଗୁରୁତର ବିଷୟ ହେଉଛି, ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଖୋଟଲୁଗୁଡା ଗ୍ରାମକୁ ପହଞ୍ଚିବାରେ ସମସ୍ୟା ହେଉଛି। ଫଳରେ ରୋଗୀ ଓ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ହସ୍ପିଟାଲ ନେବାରେ ବିଳମ୍ବ ହେବାର ଆଶଙ୍କା ରହୁଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ରାସ୍ତାର ଏହି ସମସ୍ୟା ରହିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ତେଣୁ RD ବିଭାଗ ଓ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ବଡ଼ ଗାତକୁ ମରାମତି କରିବା ସହ ରାସ୍ତାର ସ୍ଥାୟୀ ମରାମତି କରନ୍ତୁ, ନଚେତ ଆଗାମୀ ଦିନରେ ବଡ଼ ଅଘଟଣ ଘଟିଲେ ଦାୟୀ କିଏ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।