Hot Posts

6/recent/ticker-posts

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ସମାରୋହ ପାଳନ ଅବସରରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

କଟକ, ୦୬/୦୯ ( କାହୁଁ ଚରଣ ବାରିକ ) : କଟକସ୍ଥିତ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ ପରିସରରେ ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ "ଗୁରୁ ଦିବସ ସମାରୋହ - ୨୦୨୬"ରେ ଯୋଗଦାନ । ଏହି ଗରିମାମୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ସମାଜର ତ୍ୟାଗ ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ। ସମାଜ ଗଠନ, ଚରିତ୍ର ନିର୍ମାଣ ତଥା ଏକ ବିକଶିତ ଓଡ଼ିଶା ଗଠନ ଦିଗରେ ଗୁରୁମାନଙ୍କ ଅବଦାନ ସର୍ବଦା ଅତୁଳନୀୟ। ସେମାନଙ୍କ ଉତ୍ସର୍ଗୀକୃତ ସେବା ହିଁ ଆମ ଭବିଷ୍ୟତ ପିଢ଼ିକୁ ଆଲୋକିତ କରିଥାଏ। ଏହି ସମାରୋହରେ କଟକ ସଦରର ମାନ୍ୟବର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବାଙ୍କୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବୀରଞ୍ଜନ ତ୍ରିପାଠୀ, ମାହାଙ୍ଗାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପ୍ରଧାନ, କଟକ ଜିଲ୍ଲାପାଳ, ବରେଣ୍ୟ ଅତିଥିବୃନ୍ଦ, ପୂଜ୍ୟ ଗୁରୁଜନ, ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ। ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଆଜିର ଏହି ପବିତ୍ର ଦିବସରେ ମୋର ଭକ୍ତିପୂତ ପ୍ରଣାମ। କଟକଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ସମାରୋହରେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ସମାଜ ନିର୍ମାଣରେ ଗୁରୁଙ୍କ ଭୂମିକାକୁ ଅତୁଳନୀୟ ଆଖ୍ୟା ଦେଇ, ‘କେଜି ରୁ ପିଜି’ ନିଃଶୁଳ୍କ ଶିକ୍ଷା ଓ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା ମାଧ୍ୟମରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ରୂପାନ୍ତର ଆଣିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। 'ପଞ୍ଚସଖା ଶିକ୍ଷା ସେତୁ' ଜରିଆରେ ସରକାର, ଶିକ୍ଷକ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ପ୍ରତ୍ୟେକ ବିଦ୍ୟାଳୟକୁ ଜ୍ଞାନ, ସଂସ୍କାର ଓ ସୃଜନଶୀଳତାର ଆଦର୍ଶ ପୀଠରେ ପରିଣତ କରି ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିତୋଳିବାକୁ ସେ ଆହ୍ୱାନ ଦେଇଛନ୍ତି।ଶିକ୍ଷାର୍ଥୀଙ୍କୁ ଜ୍ଞାନ, ସଂସ୍କାର ଓ ସ୍ନେହର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ. ଗୁରୁ-ଶିଷ୍ୟ ପରମ୍ପରାର ମହାନ ଐତିହ୍ୟକୁ ସ୍ମରଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ ପୂର୍ବତନ ରାଷ୍ଟ୍ରପତି, ମହାନ ଶିକ୍ଷାବିତ୍ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସମାଜ ଗଠନ ଓ ରାଷ୍ଟ୍ର ନିର୍ମାଣରେ ଗୁରୁଙ୍କ ଭୂମିକା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଶିକ୍ଷକମାନେ କେବଳ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାନ୍ତି ନାହିଁ, ବରଂ ସେମାନଙ୍କ ଚରିତ୍ର ଗଠନ, ମୂଲ୍ୟବୋଧ ଓ ଭବିଷ୍ୟତ ନିର୍ମାଣରେ ମଧ୍ୟ ମୁଖ୍ୟ ଭୂମିକା ନିଭାନ୍ତି ବୋଲି ପ୍ରକାଶ କରିଥିଲେ। ଗୁରୁଙ୍କ ପ୍ରତି ସମ୍ମାନ ଓ ଶିକ୍ଷା ପ୍ରତି ନିଷ୍ଠା ହିଁ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଠନର ମୁଖ୍ୟ ଆଧାର ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।