ନବରଙ୍ଗପୁର, ୦୬/୦୯ (ଶେଖର ଖୁରା) : ବହୁଜନ ସମାଜ ପାର୍ଟି (ବିଏସ୍ପି), ନବରଙ୍ଗପୁର ଜିଲ୍ଲା ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମୀ ସମ୍ମିଳନୀ ସ୍ଥାନୀୟ ଭତରା ଭବନ, ବିର୍ସା ମୁଣ୍ଡା ନଗରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଏସ୍ପିର କେନ୍ଦ୍ରୀୟ ପ୍ରଭାରୀ ଡା. ଲାଲଜୀ ମେଧାଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏଲ୍.ବି. ବୌଦ୍ଧ, ରାଜ୍ୟ ସଭାପତି ସରୋଜ କୁମାର ନାୟକ,ରାଜ୍ୟ ସଂଯୋଜକ ଜିତେନ୍ଦ୍ର ଜାକା ଶିକା,ଜନ ସଂଯୋଜକ ମନୋରଞ୍ଜନ ଟାକ୍ରୀ ଓ ବିଶୟୀ କୁଲଦୀପ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଅତିଥିମାନେ ବହୁଜନ ସମାଜ ପାର୍ଟିର ଲକ୍ଷ୍ୟ, ଯୋଜନା ଓ ଉଦ୍ଦେଶ୍ୟ ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରାଇଥିଲେ। ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ସହିତ ଦଳର ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ମିଳନୀରେ ଶ୍ରୀ ଖଗପତି ଜାନିଙ୍କୁ ବହୁଜନ ସମାଜ ପାର୍ଟିର ନବରଙ୍ଗପୁର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଥିଲା। ତାଙ୍କୁ ଜିଲ୍ଲା ସଂଗଠନର ସମସ୍ତ ଦାୟିତ୍ୱ ପ୍ରଦାନ କରାଯିବା ସହିତ ଦଳକୁ ଆହୁରି ମଜବୁତ କରିବା ପାଇଁ କର୍ମୀମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।
— ଶେଖର ଖୁରା,ଙ୍କ ରିପୋର୍ଟ ନବରଙ୍ଗପୁର
