Hot Posts

6/recent/ticker-posts

କରମରୀରେ ମା’ ମହବା ଦୁଇଦିନିଆ ଫୁଟବଲ୍ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଝରୀଗାଁ, ୦୩/୦୯ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ କରମରୀ ଗାଁରେ ଆୟୋଜିତ ମା’ ମହବା ଦୁଇଦିନିଆ ଫୁଟବଲ୍ ଟୁର୍ନାମେଣ୍ଟ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଛି। ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ୍‌ରେ ଡି.ଜି.ବି. ଷ୍ଟାର ଟିମ୍ ଓ ମଦନ ଉଲେବେନ ଟିମ୍ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ମଧ୍ୟରେ ମ୍ୟାଚ୍ ଡ୍ର ରହିବାରୁ ପେନାଲ୍ଟି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ମଦନ ଉଲେବେନ ଦଳ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଝରୀଗାଁ ବିଧାୟକଙ୍କ ପ୍ରତିନିଧି ଶ୍ରୀ ଗଣପତି ସାହୁ ଯୋଗଦେଇଥିଲେ। ଏଥିସହ ବିଭିନ୍ନ ଗାଁର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇଥିଲା। ଟୁର୍ନାମେଣ୍ଟର ଚାମ୍ପିୟନ ମଦନ ଉଲେବେନ ଦଳକୁ ୮ ହଜାର ଟଙ୍କା ସହ ସୁନ୍ଦର ଟ୍ରଫି ଏବଂ ଉପବିଜେତା ଡି.ଜି.ବି. ଷ୍ଟାର ଦଳକୁ ୬ ହଜାର ଟଙ୍କା ସହ ସୁନ୍ଦର ଟ୍ରଫି ପ୍ରଦାନ କରାଯାଇଥିଲା। ଟୁର୍ନାମେଣ୍ଟର ସଫଳ ଆୟୋଜନ ପାଇଁ ଆୟୋଜକ କମିଟିକୁ ଅଞ୍ଚଳବାସୀ ଓ କ୍ରୀଡ଼ାପ୍ରେମୀମାନେ ପ୍ରଶଂସା କରିଛନ୍ତି।