Hot Posts

6/recent/ticker-posts

ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ମିଳିନି ବିଧବା ଭତ୍ତା, ଝାଟିମାଟି ଘରେ ଜୟନ୍ତୀଙ୍କ ଦୁର୍ଦ୍ଦିନ; ପୁଅ ତେଲେଙ୍ଗାନାରେ ଦାଦନ, ଆବାସ ପ୍ରତିଶ୍ରୁତି ବି ଅଧୁରା

ଝରିଗାଁ, ୦୩/୦୯ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭାଲୁକୋଣାଡ଼ି ପଞ୍ଚାୟତ ଅନ୍ତର୍ଗତ ସାରିଆପଡ଼ା ଗ୍ରାମର ୯ ନମ୍ବର ୱାର୍ଡର ଜଇତି ମାଝୀଙ୍କ ପରିବାର ଏବେ ଅଭାବ ଅନାଟନ ମଧ୍ୟରେ ଦିନ କାଟୁଛି। ସ୍ୱାମୀଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ଜଇତି ଙ୍କୁ ଏଯାଏଁ ବିଧବା ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ୱ ଜୟନ୍ତୀଙ୍କ ଉପରେ ପଡ଼ିଛି। ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ପୁଅ ମହନ ମାଝୀ ରୋଜଗାର ଆଶାରେ ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟ କୁ ଚାଲିଯାଇଛନ୍ତି। ଘରେ ଏବେ ଜଇତି ଓ ତାଙ୍କ ଝିଅ ରହୁଛନ୍ତି। ଘର ଓ ବିଧବା ଭତ୍ତା ପାଇଁ ପଞ୍ଚାୟତ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ଏଯାଏଁ ପୂରଣ ହୋଇନଥିବା ଜୟନ୍ତୀଙ୍କ ପରିବାର ଅଭିଯୋଗ କରିଛନ୍ତି। ସରକାରଙ୍କ ପକ୍ଷରୁ କେବଳ ଚାଉଳ ମିଳୁଥିବା ବେଳେ ଅନ୍ୟ ଆବଶ୍ୟକ ସରକାରୀ ସହାୟତାରୁ ପରିବାର ବଞ୍ଚିତ ଥିବାସୂଚନା ମିଳିଛି ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରୁଥିବା ବେଳେ ତୃଣମୂଳସ୍ତରରେ ଏହାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚୁନଥିବା ନେଇ ପ୍ରଶ୍ନ ଉଠିଛି।ସ୍ଥାନୀୟ ପ୍ରତିନିଧି ଅଭେଲା ଯୋଗୁ  ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତ ସରପଞ୍ଚ ହଳଧର ବଞ୍ଜରlଙ୍କ ପକ୍ଷରୁ ଘର ଓ ପେନ୍ସନ ଯୋଗାଇଦେବା ନେଇ ବାରମ୍ବାର ଆଶ୍ୱାସନ ଦିଆଯାଇଥିଲେ ମଧ୍ୟ ଏଯାଏଁ ତାହା ବାସ୍ତବ ଚିତ୍ର ରୂପ ନାହିଁ। ପଞ୍ଚାୟତରେ ଏଭଳି ଅନେକ ଗରିବ ଓ ବିଧବା ମହିଳା ସରକାରୀ ସହାୟତା ଅପେକ୍ଷାରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ଅଭାବୀ ପରିବାର ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଜଇତି ଙ୍କୁ ଆବାସ ଯୋଜନାରେ ଘର ଏବଂ ବିଧବା ଭତ୍ତା ଯୋଗାଇଦେବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି