ଗୋପବନ୍ଧୁ ଉଚ୍ଚ ବିଦ୍ୟଳୟରେ କ୍ରୀଡ଼ା ପ୍ରତିଯୋଗୀତା
ବେଗୁନିଆ, ୦୩/୦୯ ( ମାନସ ରଞ୍ଜନ କର ) : ଗୁରୁବାର ଦିନ ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବେଗୁନିଆ ଜୋନ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ବେଗୁନିଆ ଜୋନ କ୍ରୀଡା କମିଟି ସମ୍ପାଦକ ପ୍ରଭାତ କୁମାର ନିଶଙ୍କଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ହୋଇଥିବା ଉକ୍ତ କ୍ରୀଡା ଉତ୍ସବରେ ଆଧ୍ୟାତ୍ମିକ ପ୍ରବକ୍ତା ପୂର୍ଣ୍ଣଚନ୍ଦ୍ର ବେହେରା ମୁଖ୍ୟଅତିଥି, ବେଗୁନିଆ ଗ୍ରାମ୍ୟ କମିଟି ସଭାପତି ମୁଖ୍ୟ ବକ୍ତା, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିଚାଳନା ପରିଷଦ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବାରିକ ଏବଂ ବିଶିଷ୍ଟ ସମାଜସେବୀ ଭବାନୀ ଶଙ୍କର ଜୟସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ.7ଟି ବିଦ୍ୟାଳୟର ସମୁଦାୟ 181 ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ. ଫୁଟବଲ, ଖୋଖୋ, କବାଡ଼ି, ବ୍ୟାଡ଼ମିଣ୍ଟନ, ଯୋଗ, ଚେସ, ଭଲିବଲ ଖେଳ ସହ କ୍ରୀଡା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା.