ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣେ ଗୁରୁତର।
କଟକ, ୦୨/୦୯ ( କାଁହୁ ଚରଣ ବାରିକ ) : କଟକ ଚାନ୍ଦବାଲି ରାସ୍ତାର ଶିଶୁଆ ବଜାର ର ବାହାବଳପୁର ଦାଣ୍ଡନାହାକାଣୀ ମନ୍ଦିର ନିକଟରେ ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। କଟକ ଚାନ୍ଦବାଲି ରାସ୍ତାର ଶିଶୁଆ ବଜାର ର ବହାବଳପୁର ଦାଣ୍ଡନାହାକାଣୀ ମନ୍ଦିର ନିକଟରେ ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି।ସୂଚନା ମୁତାବକ କେନ୍ଦ୍ରାପଡ଼ା ରୁ କଟକ ଅଭିମୁଖେ ଯାଉଥିବା ଏକ ଆଇଚର ଗାଡ଼ି ଏକ ମାଲ ବୋଝେଇ ଟାଟା ଏସି ଗାଡ଼ି କୁ ଶକ୍ତ ଧକ୍କା ଦେଇଥିଲା।ଫଳରେ ଟାଟା ଏସି ଗାଡ଼ି ଟି ରାସ୍ତାରେ ଉପରେ ଓଲଟି ପଡ଼ିଥିଲା।ଏହି ସମୟରେ ରାସ୍ତା ପାର୍ଶ୍ୱ ଦେଇ ସ୍ଥାନୀୟ ବାହାବଳପୁର ଗ୍ରାମ ର ସତ୍ୟାନନ୍ଦ ନାଥ ନିଜ ଘରକୁ ଯାଉଥିବା ବେଳେ ଟାଟାଏସି ଗାଡ଼ି ତାଙ୍କ ଉପରେ ଓଲଟି ପଡିବାରୁ ସେ ଚାପି ଗାଡି ତଳେ ରହିଯାଇଥିଲେ।ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଗୁରୁତର ସତ୍ୟାନନ୍ଦ ଙ୍କୁ ଟାଟା ଏସି ତଳୁ ଉଦ୍ଧାର କରିଥିଲେ।
କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ ନବଦୂତ news