Hot Posts

6/recent/ticker-posts

ଧସୁଛି ପଥରବନ୍ଧ

ବରୀ, ୦୪/୦୯ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଳକ ଛତିଶଦେବିଲ ପଞ୍ଚାୟତର ଋଷିପୁର ନିକଟରେ ତନ୍ତୀଘାଇ ରେବଲ ନିକଟରେ ପଥରବନ୍ଧ ଏବେ କିଛି ଅଂଶ ଦବି ଯାଇଛି l ବଡ଼ବନ୍ଧ ନିକଟରୁ ତନ୍ତୀଘାଇ ରେବଲ ପର୍ଯ୍ୟନ୍ତ ଯାଇଥିବା ପଥରବନ୍ଧ ଚଳିତ ବନ୍ୟା ରେ ଉପରୁ କିଛି ଅଂଶ ଧସି ଯାଇଛି l ତାହା ସହିତ ବନ୍ଧ ତଳେ ଏବେ କିଛି ବନ୍ୟା ପାଣି ଚଳପ୍ରଚଳ କରୁଛି l ତନ୍ତୀଘାଇ ବାଡା କୁ ବନ୍ଧ ସୁରକ୍ଷା ପ୍ରଦାନ କରିଥାଏ l ଯାଜପୁର ଜଳସମ୍ପଦ ବିଭାଗ ପଥର ବନ୍ଧ ଦୃଷ୍ଟି ଦେବା ସହିତ ଏହାର ମରାମତି ପାଇଁ ମଧ୍ୟ୍ୟ ଜନସାଧାରଣ ଦାବି କରିଛନ୍ତି l