Hot Posts

6/recent/ticker-posts

ରାୟଗଡ଼ା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ ଠାରେ ସ୍ୱଦେଶୀ ଜାଗରଣ ମଞ୍ଚର ପକ୍ଷରୁ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ

ରାୟଗଡ଼ା, ୦୩/୦୯ ( ଭି. ଗୌରୀ ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ୱାବଲମ୍ବୀ ଭାରତ ଅଭିଯାନ (୨୧ ଅଗଷ୍ଟ ରୁ ୦୨ ଅକ୍ଟୋବର ୨୦୨୬) ଅନ୍ତର୍ଗତ ଆଜି ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ (UGMIT), ରାୟଗଡ଼ା ଠାରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱଦେଶୀ ଜାଗରଣ ମଞ୍ଚ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ମନୋଜ କୁମାର ନାୟକ ମୁଖ୍ୟ ଅତିଥି, ଶ୍ରୀ ତନ୍ମୟ ପ୍ରଧାନ, ସ୍ୱଦେଶୀ ଜାଗରଣ ମଞ୍ଚ କୋରାପୁଟ ବିଭାଗ ସଂଯୋଜକ ମୁଖ୍ୟ ବକ୍ତା, ଶ୍ରୀ ଅନୀଲ କୁମାର ପାତ୍ର, ଅଧ୍ୟକ୍ଷ, UGMIT ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହିତ ଅଧ୍ୟାପକ ଶ୍ରୀ ମହେନ୍ଦ୍ର ଲେଙ୍କା, ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ , ଶ୍ରୀମତୀ ଅଞ୍ଜଳି ପଣ୍ଡା , ମଞ୍ଚର ଜିଲ୍ଲା ମହିଳା ପ୍ରମୁଖ ତଥା ଉଦ୍ୟୋଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱଦେଶୀ, ସ୍ୱାଭିମାନ ଓ ସ୍ୱାବଲମ୍ବନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍ୱାବଲମ୍ବୀ ଭାରତ ଅଭିଯାନର ଉଦ୍ଦେଶ୍ୟ "ରୋଜଗାର ଖୋଜୁଥିବା ବ୍ୟକ୍ତି ହୁଅନ୍ତୁ ନାହିଁ - ରୋଜଗାର ପ୍ରଦାନ କରୁଥିବା ବ୍ୟକ୍ତି ହୁଅନ୍ତୁ, କୃଷି ଉଦ୍ୟମିତା ଆପଣାନ୍ତୁ, କୌଶଳ ବିକାଶରେ ଦେଶର ବିକାଶ, ସ୍ୱ ରୋଜଗାର ଆପଣାଇବା ଓ ଦେଶକୁ ସମୃଦ୍ଧ କରିବା ଉପରେ ମୁଖ୍ୟ ବକ୍ତା ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ଶ୍ରୀ ଦେବଗିରି ପଟ୍ଟନାୟକ, ସହ ସଂଯୋଜକ ଓ ଶ୍ରୀ ସୁଦର୍ଶନ ପାଢୀ, ଜିଲ୍ଲା ସଂଯୋଜକ ପରିଚାଳନା କରିବା ସହ" ମୁଁ ବି ସ୍ୱଦେଶୀ ସମର୍ଥକ" ଶପଥ ପାଠ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ଯୋଗଦେଇଥିଲେ, ଏହି ସମ୍ମିଳନୀରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଯୁବ ଉଦ୍ୟମିତା ଓ ଆତ୍ମନିର୍ଭର ଭାରତ ବିଷୟରେ ପ୍ରେରଣା ଲାଭ କରିଥିଲେ। ଏହି ଅଭିଯାନ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ୦୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଯୋଜକ ସୂଚନା ଦେଇଛନ୍ତି। ସଂଯୋଜକ ସୁଦର୍ଶନ ପାଢ଼ୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସହ ସଂଯୋଜକ ଦେଵଗିରି ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।