Hot Posts

6/recent/ticker-posts

ବରୀ ବିଡ଼ିଓ ଓ ଅଧ୍ୟକ୍ଷ ଙ୍କ ମଧ୍ୟରେ ଝାମେଲା, ଥାନାରେ ହେଲା ଅଭିଯୋଗ।

ଯାଜପୁର, ୧୧/୦୯ ( ରଂଜିତ ମହାନ୍ତି ) : ବରୀ ବିଡିଓ ମିନତୀ ଜଗଦ୍ଦେବ ଙ୍କୁ ତାଙ୍କ ଅଫିସ ଭିତରେ ପଶି ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି ହତ୍ୟା ଧମକ ଦେଇଥିବା ବିଡ଼ିଓ ବରୀ ଥାନାରେ ଅଭଯୋଗ କରିଛନ୍ତି। ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ଘଟଣା ର ସତ୍ୟାସତ୍ୟ କଣ ରହିଛି ଖବର ଲେଖା ହେବା ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ। ଘଟଣା ସମ୍ପର୍କରେ ବରୀ ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ଅଶୋକ କୁମାର ଗେଡ଼ି କହନ୍ତି କି ଇଏ ଏକ ମିଥ୍ୟା ଓ କପୋଳ କଳ୍ପିତ। ମୁଁ କଣ ଗୁଣ୍ଡା କି ବିଡ଼ିଓ ଙ୍କୁ ହତ୍ୟା କରିବି।  କିଛି କାମ ପାଇଁ ବିଡ଼ିଓଙ୍କୁ ଫୋନ କଲେ ସେ ଫୋନ ଉଠାଇ ନ ଥିଲେ ଏଣୁ ମୁଁ ତାଙ୍କ ଅଫିସ ଯାଇଥିଲ, ମାତ୍ର ବିଡ଼ିଓ ମୋତେ ସେଠାରେ ବସିବାକୁ ଚେୟାର ଦେଇନଥିଲେ କି ସମ୍ମାନ ମଧ୍ୟ ଜଣାଇ ନଥିଲେ। କଛି ସମୟ ଛିଡ଼ା ହୋଇ ରହବା ପରେ ତାଙ୍କୁ କାହିଁକି ପଞ୍ଚାୟତ ସମତି ବୈଠକ ବାତିଲ ପାଇଁ ମୋର ଅନୁମତି ନନେଇ ଚିଠି କଲ ବୋଲ ପଚାରିଥିଲି। ଏଥିରେ ହୁଏତ ସେ ଖୁବ୍ଧ ହୋଇ ମୋ ନାମରେ କେସ କରିଛନ୍ତି ବୋଲି ଶ୍ରୀ ଗେଡି କହିଛନ୍ତି। ଗେଡି ମଧ୍ୟ ବିଡ଼ିଓ ସରକାରୀ ଗାଡି ର ଅପ ବ୍ୟବହାର କରୁଛନ୍ତି ବୋଲି ସୂଚନା ଦେଇଛନ୍ତି, ସମସ୍ତ ତଥ୍ୟ ତାଙ୍କ ନିକଟରେ ଅଛି ବୋଲି ସେ କହିଛନ୍ତି।