Hot Posts

6/recent/ticker-posts

ଟାଟା ପାଓ୍ବାର ର ମନମାନି ଯୋଗୁଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ସ୍ବାଭିମାନ ଅଞ୍ଚଳ ର ପଣସ ପୁଟ ଗ୍ରାମ ପଞ୍ଚାୟତ ବାସି।

ମାଲକାନଗିରି, ୧୧/୦୯ (ଶରତ ଚନ୍ଦ୍ର ଖରା) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ସରକାରଙ୍କ ଉଦ୍ୟମ ରେ ଅଞ୍ଚଳ ର ମାନଚିତ୍ର ବଦଳିଛି ସତ କିନ୍ତୁ ଖାଲି ଗୁରୁ ପ୍ରିୟା ସେତୁ କରି ପ୍ରତି ଗାଁ କୁ ରାସ୍ତା କରିଦେଲେ ଅଞ୍ଚଳ ର ସମସ୍ୟା ସମାଧାନ ହୋଇନାହିଁ ଯେଉଁ ଜଳଭଣ୍ଡାର ଯୋଗୁଁ ଆଜି ଅଞ୍ଚଳ ବାସି ନିଜର ଜମିବାଡ଼ି ହରାଇଲେ ସେହି ଜଳଭଣ୍ଡାର ରୁ ବିଜୁଳି ଉତ୍ପାଦନ ହେଉଛି କିନ୍ତୁ ଆଜି ଅନ୍ଧକାର ଭିତରେ ଦିନ ବିତୁଛି ଅଞ୍ଚଳ ବାସି ଙ୍କର ପ୍ରତ୍ୟେକ ଗାଁ କୁ ବିଜୁଳି ତାର ଯାଇଛି ପ୍ରତି ଘରେ ମିଟର ବି ଲାଗିଛି କିନ୍ତୁ ବିଜୁଳି ଦିନେ ରହିଲେ ପାଞ୍ଚ ଦିନ ରହୁନି। ବିଶେଷ କରି ପଣସ ପୁଟ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜିକୁ ଅନେକ ଦିନ ହେବ ବିଜୁଳି ନାହିଁ ଯେଉଁ ବିଦ୍ୟାଳୟ ରେ ଛୋଟ ଛୋଟ କମଳ ମୋତି ଶିଶୁଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଅଭିଭାବକମାନେ ଛାଡନ୍ତି ସେହି ଠାରେ ଆଜି ଅନ୍ଧକାର ଭିତରେ କଣ ଭବିଷ୍ୟତ ଗଢିବେ ପିଲା ଯେଉଁ ଦିନ ଠାରୁ ଟାଟା ପାୱାର କୁ ବିଜୁଳି ଦାୟିତ୍ଵ ଦିଆଗଲା ସେହି ଦିନଠାରୁ ଏଭଳି ସମସ୍ୟା ବିଶେଷ କରି ପଣସ ପୁଟ ଗ୍ରାମ ପଞ୍ଚାୟତ ରେ ଲାଗି ରହିଛି ଟାଟା ପାୱାର କର୍ମଚାରୀ ଙ୍କୁ ଫୋନ୍ କଲେ ଫୋନ୍ ମଧ୍ୟ ରିସିଭ୍ କରୁନାହାନ୍ତି କି ବିଜୁଳି ସମସ୍ୟାର ସମାଧାନ ମଧ୍ୟ କରୁନାହାନ୍ତି। ଅନେକ ସମୟରେ ଆମ ପ୍ରତିନିଧି ମଧ୍ୟ ଦାୟିତ୍ଵ ରେ ଥିବା ସୁପରଭାଇଜର ଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ଉତ୍ତର ଆସେ ଆମ କର୍ମଚାରୀ କାମ କରୁଛନ୍ତି ଠିକ୍ ହୋଇ ଯିବ। କେବଳ ଘଣ୍ଟା ଏ କି ଦୁଇ ଘଣ୍ଟା ପାଇଁ ବିଜୁଳି ଆସେ ପୁଣି ଯେମିତି କି ସେମିତି ତେଣୁ ତୁରନ୍ତ ଏହାର ସମାଧାନ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ଓ ଆନ୍ଦୋଳନ ଜୋରଦାର କରିବେ ବୋଲି ଅଞ୍ଚଳ ବାସି ଚେତାବନୀ ଦେଇଛନ୍ତି। ବର୍ତମାନ ଦେଖିବାକୁ ବାକି ସରକାର କେବେ ଅଞ୍ଚଳ ବାସି ଙ୍କ ବିଜୁଳି ସମସ୍ୟାର ସମାଧାନ କରିବେ।