ମାଥିଲି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାସ ଙ୍କ ଆୟରବହିର୍ଭୁତ ସମ୍ପତ୍ତି ଅଭିଯୋଗ ରେ ଭିଜିଲାନ୍ସ ଚଢ଼ାଉ
ମାଲକାନଗିରି , ୨୭/୦୯ (ଶରତ ଚନ୍ଦ୍ର ଖରା) : ଓଡିଶା ଭିଜିଲାନ୍ସ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୬ଟି ସ୍ଥାନରେ ଏକକାଳୀନ ତଲାସ ଆରମ୍ଭ କରିଛି, ମାଲକାନଗିରିର ଡିଏଆରଡିଏ ସହିତ ସଂଲଗ୍ନ, ମାଥିଲି ବ୍ଲକରେ ନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କ ଦ୍ୱାରା ତାଙ୍କ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ବ୍ରହ୍ମପୁର ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଣେ ଅତିରିକ୍ତ ଏସ ପି , ୫ଜଣ ଡି ଏସ ପି , ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ମାଲକାନଗିରିରେ ତାଙ୍କ ନିମ୍ନଲିଖିତ ୬ଟି ସ୍ଥାନରେ ଏକକାଳୀନ ଘର ତଲାସ କରାଯାଉଛି। ଶିଶିର କୁମାର ଦାସ ଙ୍କ ର ବିଭିନ୍ନ ସ୍ଥାନରେ
ବରମୁଣ୍ଡା, ଭୁବନେଶ୍ୱରରେ ଚାରି ମହଲା କୋଠା।
ନୀଳାଚଳ ନଗର, ବ୍ରହ୍ମପୁରରେ ଦୁଇ ମହଲା କୋଠା।
ବାସୁଦେବପୁର (ଗୋବରା), ଗଞ୍ଜାମରେ ଗୋଟିଏ ଘର।
ଗଜପତି ନଗର, ବ୍ରହ୍ମପୁରରେ ପୈତୃକ ଘର।
ମାଲକାନଗିରିରେ ଭଡା ଘର।
ମାଲକାନଗିରିର ଡିଆରଡିଏରେ ଅଫିସ ଚାମ୍ବର।
ଖୋଜାଖୋଜି ଜାରି ରହିଛି।ଭିଜିଲାନ୍ସ ତାର ଅଧିକ ତଦନ୍ତ ଓ ଖୋଳତାଡ଼ ଜାରି ରଖିଛି।ସେ ଚଳିତ ମାସ ରେ ଅବସର ଗ୍ରହଣ କରିବାର ରହିଥିଲା ବୋଲି ଜଣାପଡିଛି। ଜଣେ କାର୍ଯ୍ୟ ନିର୍ବାହି ଯନ୍ତ୍ରୀ କେଉଁଠାରୁ ଏତେ ସମ୍ପତି ର ମାଲିକ ହେଲେ ସେ ନେଇ ଚର୍ଚ୍ଚା ଜୋର୍ ଧରିଛି।