ନୂଆପଡ଼ା ଜିଲ୍ଲା ପୁରପଲ୍ଲୀ ରେ ପଶ୍ଚିମ ଓଡ଼ିଶା ଗଣ ପର୍ବ ନୂଆଁଖାଇ ପର୍ବ ପାଳନ ପ୍ରସ୍ତୁତି ଚୂଡାନ୍ତ, ସ୍ୱତନ୍ତ୍ର ବଜାର ବ୍ୟବସ୍ଥା
ନୂଆପଡ଼ା, ୧୩/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ପୁରପଲ୍ଲୀ ରେ ପଶ୍ଚିମ ଓଡ଼ିଶା ଗଣ ପର୍ବ ନୂଆଁଖାଇ ପର୍ବ ପାଳନ ପ୍ରସ୍ତୁତି ଚୂଡାନ୍ତ, ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ରହିଅଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉତ୍ସବ ମୁଖରିତ। ପଶ୍ଚିମ ଓଡ଼ିଶା କୃଷି ଭିତ୍ତିକ ଗଣ ପର୍ବ ନୁଆଁଖାଇ ପାଳନ ନେଇ ଗାଁ ରୁ ଦାଣ୍ଡ ଏବଂ ସହର ବଜାରରେ ରୁଣ୍ଡ ମହନୀୟ ପରମ୍ପରା ଏବଂ ଅନନ୍ୟା ସଂସ୍କୃତି ପାଳନ ରେ ସମସ୍ତେ ଏକାକାର ହୋଇଛନ୍ତି।ବପାର୍ବ ପାଳନ ରେ ଆବଶ୍ୟକ ଥିବା ସମସ୍ତ ପ୍ରକାର ସାମଗ୍ରୀ ବିକ୍ରି ହେଉଥିବା ବେଳେ କୃଷି ଉତ୍ପାଦିତ ପ୍ରଥମ ଶସ୍ୟ ମଧ୍ୟ ତାର ବିଭିନ୍ନ ରୂପେ ବିକ୍ରି ହେଉଅଛି। ନୂଆଁ ଶସ୍ୟ ଧାନ ଖେଡ, ଧାନ, ଧାନରୁ ଚୁଡ଼ା ଆଦି ବିକ୍ରି ହେଉଥିବା ବେଳେ କୁରେପତ୍ର ମଧ୍ୟ ବ୍ୟାପକ ଚାହିଦା ରହିଅଛି। ସେହିପରି ମାଟି ହାଣ୍ଡି ଗୁଡ ମଧ୍ୟ ବ୍ୟାପକ ଚାହିଦା। ସେହିପରି ବଜାର ରେ ନୂଆଁ ମାଟି ପାତ୍ର, କୁରେପତ୍ର ଦନା, ସାଙ୍ଗକୁ ଭିନ୍ନ ଭିନ୍ନ ପାନିପରିବା ବିକ୍ରି ହେଉଅଛି। ଅପରପକ୍ଷରେ ନୂତନ ପୋଷାକ ପତ୍ର ର ବିକ୍ରି ମଧ୍ୟ ବ୍ୟାପକ ଜମିଅଛି। ଗ୍ରାମାଞ୍ଚଳ ରେ ମଧ୍ୟ ପ୍ରସ୍ତୁତି ଚୂଡାନ୍ତ। ଘର ଦ୍ବାର ଲିପା ପୋଛା ହୋଇଥିବା ବେଳେ ଜଙ୍ଗଳ ରୁ କୁରେ ପତ୍ର ସଂଗ୍ରହ କରି ନିଜ ଆଧିଷ୍ଠତ୍ରୀ ଦେବୀ ଙ୍କୁ ଅର୍ପଣ କରି ନିଜେ ଖାଇଥାନ୍ତି। ପରେ ଆରମ୍ଭ ହୁଏ ଭେଟ ଘାଟ ଉତ୍ସବ।