ଆଞ୍ଚଳିକ ବୁଦ୍ଧିଜୀବୀ ମଞ୍ଚର ୬ଷ୍ଠ ପ୍ରତିଷ୍ଠା ଦିବସ
ବିଂଝାରପୁର, ୧୩/୦୯ (ପ୍ରଦୀପ କୁମାର ମଲ୍ଲିକ) : ଆଞ୍ଚଳିକ ବୁଦ୍ଧିଜୀବୀ ମଞ୍ଚ, ଜରୀ, ଛନ୍ଦାମୁଣ୍ଡ ଓ ବାଙ୍ଗରାର ୬ଷ୍ଠ ପ୍ରତିଷ୍ଠା ଦିବସ ରବିବାର ମଞ୍ଚ କାର୍ଯ୍ୟାଳୟ ପରିସରରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ସକାଳ ୧୦ଟାରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ସମାରୋହରେ ମଞ୍ଚର ସଭାପତି ଗଣନାଥ ବିଶ୍ୱାଳ ସଭାପତିତ୍ୱ କରିଥିଲେ। ଉତ୍ସବରେ ବିଶିଷ୍ଟ ସମାଜସେବୀ କ୍ଷୀରୋଦ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ସାମାଜିକ ଦାୟିତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ସମାଜର ବିଭିନ୍ନ ସମସ୍ୟାକୁ ଚିହ୍ନଟ କରି ତାହାର ସମାଧାନ ଦିଗରେ ବୁଦ୍ଧିଜୀବୀମାନେ ସକାରାତ୍ମକ ଭୂମିକା ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମଞ୍ଚର ସମ୍ପାଦକ ବ୍ରହ୍ମାନନ୍ଦ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ବରିଷ୍ଠ ସଭ୍ୟ ବିଷ୍ଣୁ ଚରଣ ଭୂୟାଁ ମଞ୍ଚର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ସାମଲ, ଦୀନବନ୍ଧୁ ସାହୁ, କଲ୍ୟାଣ କୁମାର ଦାସ, ଅକ୍ଷୟ କୁମାର ସାମଲ ଓ ନୃସିଂହ ଚରଣ ଧଳ ପ୍ରମୁଖ ମଞ୍ଚର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ। ବିଶେଷକରି ଅଘୋଷିତ ବିଦ୍ୟୁତ୍ କାଟ ଏବଂ ସଭ୍ୟତା ଧ୍ୱଂସକାରୀ ଶିକ୍ଷା ବ୍ୟବସ୍ଥା ବିରୋଧରେ ଜନସାଧାରଣଙ୍କୁ ସାମିଲ କରି ଆଗାମୀ ଦିନରେ ଗଣଆନ୍ଦୋଳନ କରିବା ନେଇ ପ୍ରସ୍ତାବ ରଖାଯାଇଥିଲା। ଏହି ଅବସରରେ ଗନ୍ଧର୍ବ ଚରଣ ଦାସ, କାମଦେବ ମଲ୍ଲିକ, ଶ୍ରୀକାନ୍ତ ଘଡ଼ାଇ, ପ୍ରଦୀପ କୁମାର ସାହୁ, ଭାସ୍କର ଚନ୍ଦ୍ର ଦାସ, ନିର୍ମଳ ସିଂ, ଅଶୋକ କୁମାର ସାମଲ, ଅଭୟ କୁମାର ବିଶ୍ୱାଳ, ଶ୍ରୀଧର ମଲ୍ଲିକ, ପ୍ରହଲ୍ଲାଦ ମଲ୍ଲିକ, ନନ୍ଦ କିଶୋର ପରିଡ଼ା, ମୋହନ ଚରଣ ଦାସ ଓ କେଶ ଚନ୍ଦ୍ର ଦାସଙ୍କ ସମେତ ମଞ୍ଚର ସମସ୍ତ ସଭ୍ୟ ଉପସ୍ଥିତ ରହି ମଞ୍ଚର ସୁପରିଚାଳନା ଓ ବିଭିନ୍ନ କାର୍ଯ୍ୟକ୍ରମର ସୁଚାରୁ ସମ୍ପାଦନ ନେଇ ଆଲୋଚନା କରିଥିଲେ। ଶେଷରେ ଅମୀୟ କୁମାର ବିଶ୍ୱାଳ ଉପସ୍ଥିତ ଅତିଥି, ସଭ୍ୟ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି ଗଣନାଥ ବିଶ୍ୱାଳଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସମାପ୍ତ ହୋଇଥିଲା।