Hot Posts

6/recent/ticker-posts

ପାରିବାରିକ ବିବାଦରୁ ବୃଦ୍ଧ ବାପାଙ୍କୁ ହତ୍ୟା ଉଦ୍ୟମ, ପୁଅ ଗିରଫ

ଟାଙ୍ଗୀ-ଜଗତପୁର, ୦୭/୦୯ ( କାହୁଁ ଚରଣ ବାରିକ ) : ପାରିବାରିକ ବିବାଦକୁ କେନ୍ଦ୍ର କରି ୮୦ ବର୍ଷୀୟ ବୃଦ୍ଧ ବାପାଙ୍କୁ ଗଳାରେ ଗମୁଛା ଟାଣି ହତ୍ୟା ଉଦ୍ୟମ ଅଭିଯୋଗରେ ଟାଙ୍ଗୀ ଥାନା ପୋଲିସ ତାଙ୍କ ଜ୍ୟେଷ୍ଠ ପୁଅଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ପୁଅ ହେଲେ ହଳଦୀବସନ୍ତ ଗ୍ରାମର ଜୟନ୍ତ ମଲ୍ଲିକ (୪୫)। ଏନେଇ ପୋଲିସ ମାମଲା (ନଂ୪୭୪/୨୬ରେ ମାମଲା ରୁଜୁ କରିଛି। ଘଟଣାରେ ବ୍ୟବହୃତ ଗମୁଛାକୁ ପୋଲିସ ଜବତ କରିଛି।ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ ମୁରଲୀଧର ଶୋଇଥିବା ବେଳେ ଜୟନ୍ତ ତାଙ୍କ ଗଳାରେ ଗମୁଛା ଟାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମୁରଲୀଧରଙ୍କ ଶ୍ୱାସରୋଧ ଶବ୍ଦ ଶୁଣି ବୋହୂ ଓ ସାନ ପୁଅ ଘଟଣାସ୍ଥଳକୁ ଆସି ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଅଭିଯୋଗ ଆଧାରରେ ଟାଙ୍ଗୀ ଥାନା ପୋଲିସ ମାମଲାର ତଦନ୍ତ କରି ଜୟନ୍ତଙ୍କୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ଗମୁଛା ଜବତ କରିଛି।