ନନ୍ଦନକାନନରେ ଖୁସି ଖବର ପ୍ରଥମ ଥର ମା ହେଲା ସିଂହି ମାୟା। ଶାବକ ସହିତ ସିଂହି ମାୟାର ସିସିଟିଭି ଭିଜୁଆଲ.
କଟକ, ୦୭/୦୯ ( କାଁହୁଚରଣ ବାରିକ ) : ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍ରେ ସିଂହୀ ମାୟା ଦୁଇଟି ଶାବକକୁ ଜନ୍ମ ଦେଇଛି। ପ୍ରଥମ ଶାବକଟି ଆଜି ଭୋର୍ ୨ଟା ୪୧ ରେ ମୃତ ଅବସ୍ଥାରେ ଜନ୍ମ ହୋଇଥିବା ବେଳେ, ଦ୍ୱିତୀୟ ଶାବକଟି ସକାଳ ୫ଟା ୪୯ରେ ଜୀବିତ ଅବସ୍ଥାରେ ଜନ୍ମ ହୋଇଛି। ମେ’ ୧୬ ଓ ୧୭ ତାରିଖରେ ସିଂହ ଶିବମ ସହ ସିଂହୀ ମାୟାର ମିଳନ କରାଯାଇଥିଲା। ମିଳନ ପରଠାରୁ ମାୟାକୁ ୨୯(ଏ) ଖୁଆଡ଼ ପଛକଡ଼େ କପଡ଼ା ଘେର ଭିତରେ ରଖାଯାଇଥିଲା। ପ୍ରଥମ ଥର ମା’ ହୋଇଥିବାରୁ ମାୟା ଭିତରେ ମା’ର ମମତା ଦେଖିବାକୁ ମିଳୁନି। ଅଦ୍ୟାବଧି ଛୁଆକୁ ଗ୍ରହଣ କରି ନ ଥିବାର ଜଣାପଡ଼ିଛି।
କଟକ ରୁ କାଁହୁଚରଣ ବାରିକ ଙ୍କ ରିପୋର୍ଟ ନବଦୂତ news #