ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ
ସୁବର୍ଣ୍ଣପୁର, ୧୨/୦୯ ( ଜଗଦିଶ ମେହେର ) : ଅଦ୍ୟ ତା ୧୨-୦୯-୨୬ ଶନିବାର ସ୍ଥାନୀୟ ଭାଙ୍ଗାମୁଣ୍ଡା ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି।ସଂସ୍ଥାନ ଅନୁବନ୍ଧିତ ସ୍କୁଲ ର ସୋନପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍କୁଲରୁ ୨୬ ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ । ସକାଳ ୧୦ ଟା ରେ ପ୍ରଥମ ପର୍ଯ୍ୟାୟରେ ସାମ୍ବାଦିକ ତଥା ସମାଜ ସେବି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଯୁଗଳ କିଶୋର ମିଶ୍ର ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ରଥ ମୁଖ୍ୟବକ୍ତା ସମାଜସେବୀ ତଥା ଇଲେକ୍ଟ୍ରୋନିକ୍ସ୍ ମିଡିଆ ନ୍ୟୁଜର ସୁରେଶ କଳତା ଏବଂ ରଘୁନାଥ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଆକାଶ ବିଶ୍ଵାଲ ନିରୀକ୍ଷକ ଭାବରେ ଯୋଗଦାନ କରିଥିଲେ ଏବଂ ଶେଷ ପର୍ଯ୍ୟାୟରେ ସମରୋପ୍ କାର୍ଯ୍ୟକ୍ରମରେ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ କେଂଝେନଝିରିଆପାଲି ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବ୍ରଜମୋହନ ବାରିକ ମୁଖ୍ୟ ଅତିଥି ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧର୍ମ କୁମାର ଶତପଥୀ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଙ୍କଜ ଖମାରୀ ଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ସଂଚାରିତ ହୋଇଥିବା ବେଳେ ସଭା ଶେଷରେ ଯୁକ୍ତ ଦୁଇ ବିଭାଗର ଅଧକ୍ଷ ଶ୍ରୀଯୁକ୍ତ ଯୁଧିଷ୍ଟିର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଚାରୋଟି ବିଭାଗରେ ଅଂଶ ଗ୍ରହଣ କରିଥିବା ଶିଶୁ ବିଜ୍ଞାନୀ ମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ଅଲିମା ବେହେରା ପ୍ରଥମ, ମିନାକ୍ଷୀ ମହଲା ଦ୍ୱିତୀୟ ଓ ଅମ୍ମି ଅମୃତେଶ୍ୱରୀ ଖମାରୀ ତୃତୀୟ ସ୍ଥାନ ଅଧିକାର କରି ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ବିଜ୍ଞାନ ମେଳା ଉଦ୍ଦେଶ୍ୟରେ ବକୃତା ଓ ଅନ୍ୟାନ୍ୟ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାର ପ୍ରାରମ୍ଭରେ ସୁଦର୍ଶନ ବିଶ୍ୱାଳଙ୍କ ନିର୍ଦ୍ଦେଶରେ ଶୁଭଶ୍ରୀ ଦେହୁରୀ ଶୁଭଶ୍ରୀ କ୍ଷେତି, ହେମାଙ୍ଗିନି ନାଗ , ଡଳି ସା, ପରୀମିତା ଚୌହାନ ପ୍ରାରମ୍ଭିକ ସଙ୍ଗୀତ ଓ ସଭା ଶେଷରେ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଟିର ଖମାରୀ ,ଆଶୁତୋଷ ପାଣିଗ୍ରାହୀ, ପ୍ରୀତିଶ ପୁରୋହିତ, ବୁଇ ତାଣ୍ଡିଆ, ସଞ୍ଜୀବ ଜଗଦଳା, ପ୍ରଭାତୀ ତ୍ରିପାଠୀ ତଥା ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।