Hot Posts

6/recent/ticker-posts

ବିନା ଫଳକରେ ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନବାଚୀ ? ଗ୍ରାମରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା l

ବାଲେଶ୍ୱର, ୧୨/୦୯ (ପ୍ରଭାକର ମଲ୍ଲିକ) : ବାଲିଆପାଳ- ରାଜ୍ୟରେ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ତଥା ଅର୍ଥ ଆତ୍ମସାତ ଅଭିଯୋଗ ମାଳମାଳ ହେଉଛି। ଅଭିଯୋଗ ପରେ ଲୋକଙ୍କ ସରକାର ମୋହନ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉଥିବାର ଉଦାହରଣ ମଧ୍ୟ ରହିଛି। ତେବେ ରାଜ୍ୟରେ ମାଳମାଳ ଅଭିଯୋଗ ପରେବି ବିଭିନ୍ନ ସରକାରୀ କାର୍ଯ୍ୟରେ ଅନିୟମିତତା ମଧ୍ୟ କମିବାରେ ନାଁ ନେଉନି। ଯେମିତି ସରକାରୀ ଅଧିକାରୀ ତଥା କର୍ମଚାରୀ ଏବଂ ଠିକାଦାର ସରକାରୀ ଅର୍ଥ ଆତ୍ମସାତ କୁ ଏକ ପାର୍ଟଟାଇମ୍ ରୋଜଗାର ଭାବରେ ମାନି ନେଇଛନ୍ତି। ତେବେ ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବାଲିକୁଟୀ ପଞ୍ଚାୟତର ଦକ୍ଷିଣ ମହାବଳା ଗାଁରେ ନିର୍ମାଣ ହୋଇଛି ନୂତନ ରାସ୍ତା। ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଥିଲେ ବି ରାସ୍ତା ର ଅଟକଳ ମୂଲ୍ୟ ତଥା ସୂଚନା ଫଳକ ମରାଯାଇନି। ଫଳରେ ଗ୍ରାମବାସୀ ଅଜାଣତରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲେ ବି ସାଧାରଣ ଜନତାକୁ କିନ୍ତୁ ଭକୁଆ ବନାଯାଇଛି ।ପ୍ରଥମ କଥା ରାସ୍ତା ର ଅଟକଳ ମୂଲ୍ୟ ଲେଖାଯାଇନି କିମ୍ବା କଂକ୍ରିଟ ରାସ୍ତାର ଭାଗମାପ ଲେଖାଯାଇନି। ଯାହାକି ସରକାରୀ ନିୟମ ଅନୁସାରେ ବେଆଇନ୍ ଅଟେ। ବିଭାଗୀୟ ଅଧିକାରୀ ଓ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ଲୋକଙ୍କୁ ଅନ୍ଧାରରେ ରଖି ନିମ୍ନ ମାନର କାର୍ଯ୍ୟ କରି ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି। ତେବେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜୟନ୍ତ ନନ୍ଦୀଙ୍କୁ ଗ୍ରାମବାସୀ ଏପରି ଅବ୍ୟବସ୍ଥା ବାବଦରେ ପଚାରି ଥିଲେ ବି, କନିଷ୍ଠ ଯନ୍ତ୍ରୀ ସଠିକ୍ ସୂଚନା ଦେଇ ପାରିନଥିଲେ। ଫଳରେ ରାସ୍ତା କାମକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣା ପଡିଛି। ସାଧାରଣତଃ ସରକାରୀ ଉନ୍ନୟନମୂଳକ କାମରେ କେଉଁ ଯୋଜନାରେ କାମ ହେଉଛି, କାମର ଅନୁମୋଦିତ ରାଶି, କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଏବଂ କାର୍ଯ୍ୟକାରୀ ସଂସ୍ଥା ଭଳି ସୂଚନା ଫଳକରେ ଉଲ୍ଲେଖ ରହିଥାଏ। କିନ୍ତୁ ଏଠାରେ ବିନା ଫଳକରେ ରାସ୍ତା ନିର୍ମାଣ କାହିଁକି ହେଲା? କେଉଁ ଯୋଜନାରେ ଏହି କାମ ହୋଇଛି ଏବଂ ଏଥିପାଇଁ କେତେ ଟଙ୍କା ମଞ୍ଜୁର ହୋଇଛି, ତାହା ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଏନେଇ ସମ୍ପୃକ୍ତ ବିଭାଗ ତଦନ୍ତ କରି କାମର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ,ବିଭାଗ କଣ ନେଉଛି ପଦକ୍ଷେପ ନା ନେତାଙ୍କ ଚାପରେ ଚେପା ହୋଇଯାଉଛି ସ୍ଥାନୀୟ ବ୍ଲକ୍ ପ୍ରଶାସନ।

ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l