ବାଲେଶ୍ଵର , ୦୪/୦୯ ( ପ୍ରଭାକର ମଲ୍ଲିକ ) : ବସ୍ତା ବରିଷ୍ଠ ନାଗରିକମଞ୍ଚ ପକ୍ଷରୁ ଆଜି ଅପରାହ୍ନରେ ଏକ ଜରୁରୀ ବୈଠକ ବସ୍ତାସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଅଛି । ଶିକ୍ଷାବିତ ଶ୍ରୀପତି ଚରଣ ପାତ୍ରଙ୍କ ଅଧ୍ଯକ୍ଷତାରେ ମଞ୍ଚର ସମ୍ପାଦକ କୁମୁଦରଞନଗିରି ମଞ୍ଚ ପରିଚାଳନାକରିଥିଲେ।ନାଗରିକ ମଞ୍ଚର ସଭାପତି ଜୟ କୃର୍ଷ୍ଣ ଗିରିଙ୍କ ଦେହାନ୍ତ ପରେ ସେହି ସଭାପତି ପଦକୁ ସର୍ବ ସମ୍ମତିକ୍ରମେ ଶ୍ରୀପତି ଚରଣ ପାତ୍ରଙ୍କୁ ମନୋନିତ କରାଯାଇଅଛି । ମୂଖ୍ଯ ଉପଦେଷ୍ଟା ଶ୍ଯାମାପ୍ରଦ ବେହେରା, ବସ୍ତା (ସି ଏଇଚ ସି) ଡାକ୍ତର ଖାନାର ସମସ୍ଯା ନେଇ ଆଲୋଚନା ପରେ ଆସନ୍ତା ୨୧ ତାରିଖରେ ବାଲେଶ୍ବର ସ୍ବାସ୍ଥ୍ଯ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଜିବ ବୋଲି ସିଧ୍ଯାନ୍ତ ନିଆଯାଇଥିଲା। ଶିକ୍ଷାବିତ ଗଗନ ବିହାରି ଜେନା, ରତ୍ନାକର ପଣ୍ତା, ସମାଜସେବୀ ପ୍ରାଣକୃର୍ଷ୍ଣ ବାଗ, ବିଜୟ କୃର୍ଷ୍ଣ ପ୍ରମାଣିକ, ବିଶ୍ବନାଥ ସେଠୀ, ରଜନୀକାନ୍ତ ବାରିକ .ଜଗନ୍ନାଥ ମାଝୀ, ସନତ କୁମାର ଦେ, ପ୍ରମୂଖ ଉପସ୍ଥିତ ରହି ଥିବା ବେଳେ ଚିତ୍ତରଞନ ରାଉଳ ଧନ୍ଯବାଦ ଅର୍ପଣ କରିଥିଲେ।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
