Hot Posts

6/recent/ticker-posts

ଗଣେଶ ପୂଜା ପୂର୍ବରୁ ଯୁବପିଢ଼ିଙ୍କୁ ଅନୁରୋଧ....ନିଶାମୁକ୍ତ ହେଉ କଟକ

କଟକ, ୦୪/୦୯ ( କାହୁଁ ଚରଣ ବାରିକ ) : ଗତକାଲି ସନ୍ଧ୍ୟାରେ କଟକ ଶହୀଦ ଭବନଠାରେ କମିଶନରେଟ୍ ପୁଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କଟକ ସହରରେ ଗଣେଶ ପୂଜାକୁ କିପରି ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ପାଳନ କରାଯାଇପାରିବ, ସେନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଗଣେଶ ପୂଜା ଭଳି ଏକ ପବିତ୍ର ଓ ଭାଇଚାରାର ପର୍ବକୁ ସୁନ୍ଦର ଭାବେ ପାଳନ କରିବାରେ କମିଶନରେଟ୍ ପୁଲିସ ସହିତ ବରିଷ୍ଠ ନାଗରିକ ଏବଂ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ମଧ୍ୟ ଏକ ବଡ଼ ଦାୟିତ୍ୱ ରହିଛି। ବିଶେଷକରି ଆମେ କଟକର ଯୁବପିଢ଼ିଙ୍କୁ ଏକ ଅନୁରୋଧ କରିବାକୁ ଚାହୁଁଛୁ... କଟକର ଭବିଷ୍ୟତ ଆପଣମାନଙ୍କ ହାତରେ, ଆଉ କଟକର ମାନସମ୍ମାନ ମଧ୍ୟ ଆପଣମାନଙ୍କ ଦାୟିତ୍ୱ। ପୂଜାକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରନ୍ତୁ, କିନ୍ତୁ ନିଶା, ହିଂସା, ଅଶାନ୍ତି ଓ ବିଶୃଙ୍ଖଳାଠାରୁ ଦୂରେ ରୁହନ୍ତୁ। ଆମେ ଯଦି ମିଳିତ ଭାବେ ‘ନିଶାମୁକ୍ତ କଟକ’ ଗଢ଼ିବାର ସଂକଳ୍ପ ନେବା, ତେବେ କଟକ କେବଳ ଓଡ଼ିଶାର ନୁହେଁ, ସାରା ବିଶ୍ୱ ପାଇଁ ଏକ ସୁନ୍ଦର ଓ ସକାରାତ୍ମକ ବାର୍ତ୍ତା ଦେଇପାରିବ। ଆସନ୍ତୁ, ଏହି ଗଣେଶ ପୂଜାରେ ଆମେ ସମସ୍ତେ ଏକାଠି ହୋଇ ସଂକଳ୍ପ ନେବା... ନିଶା ନୁହେଁ, ନୂଆ ପିଢ଼ିର ଭବିଷ୍ୟତ ଆମର ପ୍ରାଥମିକତା। ଅଶାନ୍ତି ନୁହେଁ, ଶାନ୍ତି ଓ ଭାଇଚାରା ହେଉ କଟକର ପରିଚୟ। ଆମର ଆଶା ଓ ବିଶ୍ୱାସ, କଟକର ଯୁବପିଢ଼ି ଏହି ଦାୟିତ୍ୱକୁ ନିଶ୍ଚିତ ଭାବେ ସଫଳତାର ସହ ନିର୍ବାହ କରିବେ।