Hot Posts

6/recent/ticker-posts

ମଣ୍ଡଳ ପରିବାର ତରଫରୁ ଗୁରୁ ଦିବସ ପାଳନ।

ବିଂଝାରପୁର, ୦୫/୦୯ (ପ୍ରଦୀପ କୁମାର ମଲ୍ଲିକ) : ବିଂଝାରପୁର ବ୍ଲକ ଶିକ୍ଷା ମଣ୍ଡଳ ପରିବାର ତରଫରୁ ପି ଏମ ଶ୍ରୀ ଶ୍ରୀବନ୍ତ ଉଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଦେବେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶାନ୍ତନୁ କୁମାର ମଲିକ, ସମ୍ମାନିତ ବକ୍ତାଭାବେ ଦଶରଥପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ମିଶ୍ର, ସମ୍ମାନିତ ଅତିଥିଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରତିକାନ୍ତ ସାମଲ ଯୋଗଦାନ କରିଥିଲେ। ଏହି ଉତ୍ସବରେ ମୋନାଲିସା ସାମଲ,ଚିନ୍ମମୟ ତ୍ରିପାଠୀ, ଇପସିତା ସେଠୀ, ଦିବ୍ୟଜ୍ୟୋତି ପଣ୍ଡା, ରବି ନାରାୟଣ ଦାଶ,ଅଚ୍ଛୁତା ନନ୍ଦ ଧଳ ,ଜ୍ୟୋତ୍ସା ରାଣୀ ଯେନା, ଜିହୁଲା ଆଶାଲାମ ଖାନ,ସୌମ୍ୟରଞ୍ଜନ ନାୟକ, ଉଷାରାଣୀ ଥାଟୋଇ, ସୁବାସୀନୀ ରାଉତ, ପ୍ରଭାଷ କୁମାର ସ୍ବାଇଁ, ଅକ୍ଷୟ କୁମାର ଧଳ, ଲିଜାରାଣୀ ସେଠୀ ଆଦି ବ୍ଲକର ୧୪ ଜଣ କୃତି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର, ଉତରିୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା। ଏହି ଉତ୍ସବ କୁ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ମାନେ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ରାଖଲ କୁମାର ପୁଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।