Hot Posts

6/recent/ticker-posts

ସ୍ବାମୀର ପରକିୟା ପ୍ରିତି- ବିରୋଧ କରିବାରୁ ସ୍ତ୍ରୀ ର ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ଭାଇରାଲ୍ କଲା ସ୍ୱାମୀ l

ବାଲେଶ୍ଵର, ୦୫/୦୯ ( ପ୍ରଭାକର ମଲ୍ଲିକ ) : ଦୀର୍ଘ ସାତ ବର୍ଷ ବିବାହ ପରେ, ସ୍ବାମୀ ର ପଡୋଶୀ ଭାଉଜ ସହ ଚୋରା ପିରତି,ଧରିନେଲା ସ୍ତ୍ରୀ। ବିରୋଧ କରିବାରୁ ସ୍ବାମୀ ଓ ଶାଶୁ ଶ୍ୱଶୁର କଲେ ଆକ୍ରମଣ,ପରେ ନିର୍ଯାତନାର ସୀମା ଲଘିଂବାରୁ ଛୋଟ ପିଲାକୁ ନେଇ ଶାଶୁଘର ଛାଡିଲେ ବିବାହିତା ମହିଳା। ତେବେ ନୃସଂଶ ସ୍ବାମୀ ସ୍ତ୍ରୀ ର ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ସାମାଜିକ ଗଣମାଧ୍ୟମ ରେ କଲା ଭାଇରାଲ୍ । ତେବେ ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧୀନ ସାଉଡି ଗ୍ରାମର ପଦ୍ମିନୀ ମଲ୍ଲିକ । ଗତ ସାତବର୍ଷ ତଳେ ଗଜେନ୍ଦ୍ର ମଲ୍ଲିକଙ୍କ ପୁଅ ଚନ୍ଦନ ମଲ୍ଲିକ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ବିବାହର କିଛି ମାସ ବେସ୍ ହସଖୁସିରେ ବିତିଥିବା ବେଳେ,ପ୍ରେମରୁ ଜନ୍ମ ନେଲା ଏକ ସନ୍ତାନ । ତେବେ କିଛିମାସ ହସଖୁସିରେ ବିତିଯିବା ପରେ, ପଦ୍ମିନୀ ମଲ୍ଲିକ ଙ୍କ ମୁଣ୍ଡରେ ପଡିଲା ବଜ୍ର । କାରଣ ନିଜ ସ୍ବାମୀ ଚନ୍ଦନଙ୍କ ପଡୋଶୀ ଘରର ଭାଉଜଙ୍କ ସହିତ ରହିଛି ଅନୈତିକ ସମ୍ପର୍କ । ତେବେ ପଦ୍ମିନୀ ଜାଣିବା ପରେ, ନିଜ ସ୍ବାମୀ ଙ୍କୁ ତାଗିଦ୍ କରିବା ସହ,ଶାଶୁ ସାଶୁ ଓ ଶଶୁର ଙ୍କୁ କହିବାରୁ, ସମାଧାନ ପରିବର୍ତ୍ତେ ମିଳିଲା ଗାଳି ଓ ତାଗିଦ୍ ସହ ନିର୍ଯ୍ୟାତନା l ତେବେ କିଛିମାସ ପରେ ପଡୋଶୀ ଭାଉଜକୁ ନେଇ ଘରୁ ପଳାଇଗଲେ ଚନ୍ଦନ ମଲ୍ଲିକ । ତିରପୁର( ତାମିଲନାଡୁ ) କୁ ପଡୋଶୀ ମହିଳାଙ୍କ ସହ ରହୁଥିବା ବେଳେ, ସ୍ତ୍ରୀ ପଦ୍ମିନୀ ମଲ୍ଲିକ ଛୋଟ ପିଲାକୁ ନେଇ ବହୁ ଦୁଃଖ କଷ୍ଟରେ ରହୁଥିବା ବେଳେ, ସ୍ବାମୀ ଚନ୍ଦନ ମଲ୍ଲିକ ସ୍ତ୍ରୀ ପଦ୍ମିନୀ ସହ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ କୁ ସାମାଜିକ ଗଣମାଧ୍ୟମ ରେ ଭାଇରାଲ୍ କରିଦେବା ସହ,ସମାଜ ଆଗରେ ବଦନାମ୍ କରିଦେଲା କାମୁକ ଚନ୍ଦନ ମଲ୍ଲିକ । ତେବେ ଆଜିର ଦୁନିଆରେ ଗୋଟିଏ ଝିଅ ବା ଜଣେ ସ୍ତ୍ରୀ କାହାକୁ ଆଉ ବିଶ୍ବାସ କରିବ? ହଁ ପ୍ରେମିକ ପ୍ରେମିକା କଥା ଅଲଗା l କିନ୍ତୁ ଯଦି ନିଜ ସ୍ବାମୀ ରକ୍ଷକ ହୋଇ ଭକ୍ଷକ ସାଜିଲା, ତେବେ ଜଣେ ଝିଅ କିମ୍ବା ମହିଳା କାହାକୁ କହିବ ଏପରି ଘଟଣା ବାବଦରେ। ଶେଷରେ ପଦ୍ମିନୀ ଶାଶୁ ଶ୍ୱଶୁର ଙ୍କ ଠାରୁ ଅତ୍ୟାଚାର ଓ ନିର୍ଯାତନାର ଶିକାର ହେବାସହ,ଘରୁ ତଡି ଦେଇଛନ୍ତି ଶ୍ବଶୁର l ବାପା ଘରେ ପଦ୍ମିନୀ ମଲ୍ଲିକ ରହୁଥିବା ବେଳେ, ସ୍ବାମୀ ଓ ଶାଶୁ ଶ୍ୱଶୁର ଙ୍କ ନାମରେ ସିଂଲା ଥାନାରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ପଦ୍ମିନୀ ମଲ୍ଲିକ। ଏବଂ ସ୍ତ୍ରୀ ର ଅନ୍ତରଙ୍ଗ ମୁହୂର୍ତ୍ତ କୁ ସାମାଜିକ ଗଣମାଧ୍ୟମ ରେ ଭାଇରାଲ୍ କରିଥିବା ସ୍ବାମୀ ଚନ୍ଦନ ମଲ୍ଲିକ ଙ୍କୁ ପୋଲିସ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି। ତେବେ ଦେଖିବାକୁ ବାକି ରହିଲା, ଖବର ପ୍ରସାରଣ ପରେ ସିଂଲାଥାନା ପୋଲିସ ଚନ୍ଦନ ମଲ୍ଲିକ, ସ୍ମୁତରେଖା ମଲ୍ଲିକ ( ପଡୋଶୀ ଭାଉଜ ), ଗଜେନ୍ଦ୍ର ମଲ୍ଲିକ ଓ ଶାଶୁ କୁନିଲତା ମଲ୍ଲିକ ଙ୍କୁ ଘଣ୍ଟ ଘୋଡାଉଛନ୍ତି ନା ଗିରଫ୍ କରି ଅନ୍ଧାର କୋଠରୀକୁ ପଠାଉଛନ୍ତି।




ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l