Hot Posts

6/recent/ticker-posts

ପୂର୍ବତ୍ତନ ଗ୍ରାମ ମୁଖିଆଙ୍କ ପରଲୋକ ଅଞ୍ଚଳରେ ଶୋକର ଛାୟା।

ବାଲେଶ୍ଵର, ୦୮/୦୯ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତ ବସନ୍ତପୁର ଗ୍ରାମର ପ୍ରଭୋଦ ପରିଡାଙ୍କ (୭୫) ମନୋଭ୍ରଂସ ରୋଗ ଜନିତ ପରଲୋକ ଘଟିଛି। ସେ ଦୀର୍ଘ ଦିନରୁ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ସୋମବାର ହଠାତ ତାଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ବସ୍ତା ସରକାରୀ ଚିକିତ୍ସାଳୟକୁ ନିଆ ଯାଇଥିଲେ। ସେଠାରୁ ବାଲେଶ୍ୱର ଚିକିତ୍ସାଳୟକୁ ରେଫର କରିଥିଲେ। ପରେ ବାଲେଶ୍ୱରରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନ୍ତାରିତ କରାଯାଇ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ଡିମେନସିଆ ରୋଗ (ମେମୋରୀ ଫେଲିୟର) ରୋଗ ଜନିତ ମୃତ୍ୟୁ ବରଣ କରିଥିଲେ। ସେ ଗ୍ରାମର ପୂର୍ବତନ ବସନ୍ତପୁର ଗ୍ରାମ ମୁଖିଆ ଓ ବିଜେଡ଼ି ବରିଷ୍ଠ କର୍ମୀ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରକାଶିତ ହେବା ପରେ ପୂର୍ବତ୍ତନ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ଵିଜେଡ଼ି ଉପସଭାପତି ରଘୁନାଥ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶମ୍ଭୁନାଥ ସେଠି, ପୂର୍ବ ତନ ସରପଞ୍ଚ ପ୍ରଦୀପ କୁମାର ବେହେରା, ସମାଜସେବୀ ରାଜ କିଶୋର ମହାନ୍ତି, ବିଶିଷ୍ଠ ବ୍ୟବସାୟୀ ଉମେଶ ଚନ୍ଦ୍ର ପ୍ରଧାନ, ସମିତି ସଭ୍ୟା ପ୍ରତିନିଧି ଗଣେଶ ଚାନ୍ଦ,ନଟାକଟା ପଞ୍ଚାୟତ ଅକ୍ଷୟ ସ୍ଵାଇଁ,ରାମ ଚନ୍ଦ୍ର ରାଉଳ, ବାସନ୍ତପୁର ଗ୍ରାମ ମୁଖିଆ ଗୌର ପାତ୍ର ଓ ସ୍ଥାନୀୟ ଯୁବକ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଁଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ ପରିବାରକୁ ସମ ବେଦନା ଜଣାଇଥିଲେ। ତାଙ୍କର ଦୁଇ ପୁଅ ଓ ତିନି ଝିଅ ଉପସ୍ଥିତ ଥିଲେ। ତାଙ୍କର ଶେଷ ଦର୍ଶନ ପାଇଁ ପୁତୁରା, ପୁତୁରା ବହୁ, ବନ୍ଧୁ ବାନ୍ଧବ, ନାତୀ ନାତୁଣୀ, ପରିବାର ବର୍ଗ, ରାଜ ନେତାଙ୍କ ଭିଡ଼ ଜମି ଥିଲା। ଅମର୍ଦାରୋଡ କାତିଲିକ ପଡିଆ ସ୍ଥିତ ସ୍ଵର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ ହୋଇଥିବା ବେଳେ ବଡ଼ପୁଅ ହିମାଂଶୁ ପରିଡା ମୁଖାଗ୍ନି ଦେଇ ଥିଲେ।


ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l