Hot Posts

6/recent/ticker-posts

ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଲଇକେରା, ୦୨/୦୯ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ଦ୍ୱି-ଦିବସୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୈାରୀନାରାୟଣ ସିଂହଙ୍କ ସଭାପତିତ୍ତ୍ୱରେ ଆୟୋଜିତ ପ୍ରତିଯୋଗିତାକୁ ଗୋଷ୍ଠି ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ମୂଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଖେଳ ଶିକ୍ଷକ ନିର୍ମଳ କୁମାର ସାହୁ,ସରପଞ୍ଚ ପ୍ରତିନିଧି ସନ୍ଦିପ କୁମାର ପଟେଲ, ସ୍କୁଲ କମିଟୀ ସଭାପତି ଗୋପବନ୍ଧୁ ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।ଶିକ୍ଷକ କୈାଶିକ ବେହେରା ମଞ୍ଚ ପରିଚାଳନା କରିଥିଳେ । ଏହି ଖେଳକୁ ଶିକ୍ଷକ ଅମୀୟ କୁମାର ଷଣ୍ଢ, ଅକ୍ଷୟ ନାଏକ, ସଞ୍ଜୟ ବେହେରା, ଶୈାକି ପଶାୟତ ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନ, ଗଜାନନ ନାଏକ, ଶିକ୍ଷୟତ୍ରୀ କୁମୁଦିନୀ ଲାକ୍ରା, ସିଆରସିସି ସୁଜେଶ ନାଏକ, ଭେଷଜ ଦିହିରିଆ ସହଯୋଗ କରିଥିଲେ ।



"*ଅନିଲ କୁମାର ସରାଫ ଙ୍କ ରିପୋର୍ଟ*"