ବ୍ରିଜ୍_ଉପରେ_ଚପଲ_ଓ_ବାଇକ ମହାନଦୀକୁ_ଡେଇଁଲେ_ଯୁବକ.
କଟକ, ୦୨/୦୯ ( କାହୁଁ ଚରଣ ବାରିକ ) : କଟକ ଶିଖରପୁର କାଳିଆବୁଦା ନିକଟ ବ୍ରିଜରୁ ମହାନଦୀକୁ ଡେଇଁଲେ ଯୁବକ। ବ୍ରିଜ୍ ଉପରେ ବାଇକ୍ ଓ ଚପଲ ଥୁଆ ହୋଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଯୁବକ ଜଣକ କାହିଁକି ନଦୀକୁ ଡେଇଁଲେ, ସେ ନେଇ କାରଣ ଅସ୍ପଷ୍ଟ ରହିଛି। ବାଇକ, ଚପଲ, ବ୍ୟାଗ ଥୁଆ ହୋଇଛି ହେଲେ ଲୋକ ନାହିଁ। କଟକ ଶିଖରପୁର ନିକଟ ମହାନଦୀ ବ୍ରିଜ୍ ଉପରେ ଏସବୁ ଦେଖି ପୋଲିସ ଓ ଅଗ୍ନିଶମ ବାହିନର ତନାଘନା।