Hot Posts

6/recent/ticker-posts

ଗାଧୋଇବାକୁ ଯାଇ ଆଉ ଫେରିଲେନି ଦୁଇ ଭଉଣୀ, ଦୁଃଖରେ ତିଲେମାଲ୍‌ ଗାଁ; ପରିବାରକୁ ସହାୟତା ଦାବି

ନୂଆପଡ଼ା, ୦୭/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ତିଲେମାଲ୍ ଗାଁ ର ନୀଳକଣ୍ଠ ହଂସ। ତାଙ୍କ ର ଦୁଇ କୁନି ଝିଅ ଗ୍ରାମ ନିକଟସ୍ଥ ଦର୍ଲିବନ୍ଧ କୁ ଗାଧୋଇ ବା ପାଇଁ ଯାଇ ଆଉ ଫେଇ ନଥିଲେ। ଦୁଇ କୁନି ଝିଅଙ୍କ ମୃତ୍ୟୁ ଘଟଣା ଖବର ପ୍ରସାରିତ ହେବା ପରେ ଗ୍ରାମ ପୋଖରୀ ନିକଟରେ ଗ୍ରାମବାସୀ ମାନେ ଆସି ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଶବକୁ ଜବତ କରିଛନ୍ତି। , ପରିବାରଙ୍କୁ ଆର୍ଥିକ ସହଯୋଗ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ସରକାର ପକ୍ଷ ରୁ ସହାୟତା ପ୍ରଦାନ ହେବା ବ୍ୟବସ୍ଥା ରହିଅଛି। ସିନାପାଲି ଅଞ୍ଚଳ ତିଲେମାଲ୍ ଗାଁ ର ନୀଳକଣ୍ଠ ହଂସଙ୍କ ଦୁଇ ଝିଅ ହେଲେ ଯଶୋଦା ହଂସ ଓ ଗୁପ୍ତେଶ୍ୱରି ହଂସ, ବୋଲି ଜଣାପଡ଼ିଛି।