କୋମନା ଚନ୍ଦୋପଲା ଜମି ଜାଲିଆତି ମାମଲା: ନକଲି ଜମି ମାଲିକ ସମେତ ୪ ଗିରଫ, କୋର୍ଟ ଚାଲାଣ
କୋମନା, ୦୭/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ବହୁ ଚର୍ଚିତ କୋମନା ତହସିଲ ଅନ୍ତର୍ଗତ ଚନ୍ଦୋପଲା ଜମିଜାଲିଆତି ମାମଲାରେ କୋମନା ନକଲି ଜମି ମାଲିକ ସମେତ ଦୁଇ ଜଣ ଜମି ଦଲାଲ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜମି ମାଲିକ ନକଲି ଜମି ମାଲିକଙ୍କୁ ଧରି ଆସି କୋମନା ଥାନାରେ ଜିମା ଦେଇଥିଲେ । ପୋଲିସ ଘଟଣାର ପଚରା ଉଚ୍ଚତା ପରେ ନକଲି ସତ୍ୟ ପ୍ରଧାନୀ ସାଜି ଜମି ବିକ୍ରି କରିଥିବା ଛତିଶଗଡ ଅଂଚଳର ଗୋହେରାପଦର ଗୁଡଭେଲି ଗାଁରଡ଼ୁମାଲ ରଣା କୁ ଗିରଫ କରିଛନ୍ତି। ସେହିପରି ସତ୍ୟ ପ୍ରଧାନୀ ଭଉଣୀ ସାଜି ଥିବା କୋମନା ଥାନା ଦେଓଦରା ଗାଁର ଦେଓମତି ମାଝୀ ଗିରଫ କରିଛନ୍ତି। ଦୁଇ ଦଲାଲ ଷୋଳବନ୍ଦ ଗାଁର ଦୁଲ୍ଲବ ନିଆଲ , ଓ ସମରସିଂ ଗାଁର ତୁଳସୀ ରଣା କୁ ଜମି ରୋରୀ ଘଟଣା ରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବ ପୋଲିସ ସୁଚନା ଦେଇଛି। ଧାନ ବିକ୍ରି ପାଇ ପଞ୍ଜିକୃତ କରିବା ସମୟରେ ସତ୍ୟ ପ୍ରଧାନୀ ଜାଣିବାକୁ ପାରିଥିଲେ ।