Hot Posts

6/recent/ticker-posts

ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଓ ଔଷଧ ବଣ୍ଟନ ଶିବିର

ବରୀ, ୦୭/୦୯ ( ରଂଜିତ ମହାନ୍ତି ) : ଇଣ୍ଟରନ୍ୟାସ ନାଲ ଗୀତା ମିଶନ ଭୁବନେଶ୍ୱର ପକ୍ଷରୁ ବରୀ ବ୍ଳକ ନୂଆଗାଁ ଠାରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଓ ଔଷଧ ବଣ୍ଟନ ଶିବିର ଅନୁଷ୍ଠିତ ହେlଇଥିଲା l ଏହି ଶିବିର ରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକ ର ଭେଷଜ ବିଶେଷଙ୍ଗ ଡାକ୍ତର ଭବlନୀ ଶଙ୍କର ଦାସ, ବରିଷ୍ଠ ଭେଷଜ ବିଶେଷଙ୍ଗ ଟାଙ୍ଗୀ ଖୋର୍ଦ୍ଧା ର ଡାକ୍ତର ମାନସ ରଞ୍ଜନ ବରୀସଲ ଯୋଗଦେଇ ଆଖପାଖ ଅଞ୍ଚଳର ବହୁ ଲୋକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣl ଔଷଧ ବଣ୍ଟନ କରିଥିଲେ l ଏହି ଅବସରରେ ବନ୍ୟାଞ୍ଚଳର ଜନସାଧାରଣକୁ ମାଗଣlରେ ରିଲିଫ ବଣ୍ଟନ କରିଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ମାର୍ଗଦର୍ଶକ ଭାବେ ଡ଼କ୍ଟର ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଓ ଶଙ୍କର୍ଷଣ ରାଉତ ଯୋଗଦେଇଥିବା ବେଳେ ଅନୁପ ଦେ, ଜ୍ଯୋତିରଞ୍ଜନ ଦାଶ,ଝରଣା ଵାଲା ଦାସ, ସ୍ୱପ୍ନା ସାହୁ, ନମିତା ଦାସ, ଭୁବନେଶ୍ୱରୀ ବରୀସଲ, ଜ୍ୟୋସ୍ନା ରଥ, ସ୍ଵପ୍ନଜିତ ଦାଶ, ସତ୍ୟଜିତ ଦାଶ, ଆଶୁତୋଷ ଦାଶ, ରଶ୍ମିତା ରଥ, ଶ୍ରୀନିବାସ ସାହୁ, ସଚିନ୍ଦ୍ର ଦାସ, ପରେଶ ସ୍ୱାଇଁ, ସଞ୍ଜୟ ରାଉତ, ଦେବେନ୍ଦ୍ର ଦାସ ତଥା ନୂଆ ଗାଁ ବଳଦେବ ଜୀଉ ଯୁବକ ସଂଘ ର କର୍ମକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l