ସିନାପାଲି ରେଞ୍ଜ ଅଧୀନ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ପୁଣି ହାତୀପଲର ଉପଦ୍ରବ
ନୂଆପଡ଼ା, ୨୦/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଅଧୀନ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ପୁଣି ହାତୀପଲର ଉପଦ୍ରବ ଦେଖାଦେଇଛି। ଘାଟମାଳ ପଞ୍ଚାୟତକୁ ଲାଗି ରହିଥିବା ସୀମାନ୍ତ ଅଞ୍ଚଳରେ ୬ଟିକିଆ ହାତୀପଲ ଘୁରି ବୁଲୁଥିବା ବେଳେ ଧାନବିଲରେ ପଶି ଫସଲ ନଷ୍ଟ କରିଛନ୍ତି। ହାତ ହାତୀପଲରେ ଗୋଟିଏ ଛୁଆ ହାତୀ ସମେତ ୫ଟି ବଡ଼ ହାତୀ ରହିଥିବା ବନବିଭାଗ ପକ୍ଷରୁ ଜଣାପଡ଼ିଛି।ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଛତିଶଗଡ଼ ସୀମାନ୍ତ ଦେଇ ହାତୀପଲ ଓଡ଼ିଶା ପଟକୁ ପ୍ରବେଶ କରିଥିଲେ ଘାଟମାଳ ଓ ଚିତାରମା ଅଞ୍ଚଳରେ ଘୁରିବା ପରେ ହାତୀପଲ ଘାଟମାଳ ଗ୍ରାମ ଗ୍ରାମର ଚାଷୀ ଷୀଙ୍କ ଧାନବିଲକୁ ପଶିଥିଲେ ଡମ୍ବରୁଧର ଚିନ୍ଦା, ପରମାନନ୍ଦ ଚିନ୍ଦା ଓ ଟିକେ ସୁନ୍ଦର ଚିନ୍ଦାଙ୍କ ଧାନଚାଷ ହାତୀପଲ ଦ୍ବାରା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।ଚାଷୀମାନେ ସ୍ଵଳ୍ପ ଜମି ନମିରେ ଧାରକରଜ କରି ଧାନ ଚାଷ କରିଥିବା ବେଳେ ଫସଲ ଅମଳ ସମୟ ପୂର୍ବରୁ ହାତୀପଲ ଏହାକୁ ନଷ୍ଟ କରିଦେବାରୁ ସେମାନଙ୍କ ଚିନ୍ତା ବଢ଼ିଛି। ଚାଷ ଉପରେ ନିର୍ଭରଶୀଳ ବାରଗୁଡ଼ିକ ଏହି କ୍ଷୟକ୍ଷତି ଯୋଗୁଁ ଆର୍ଥିକ ସମସ୍ୟାରେ ପଡ଼ିବା ଆଶଙ୍କା ପ୍ରକାଶ ପାଇଛିଖବର ପାଇ । ସିନାପାଲି ବନବିଭାଗର ଫରେଷ୍ଟର ମେଘନାଦ ମାଝୀଙ୍କ ନେତୃତ୍ୱରେ ବନକର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅଧିକାରୀମାନେ ହାତୀଙ୍କ ଗତିବିଧ ଯାଞ୍ଚ କରିବା ସହ ନଷ୍ଟ ହୋଇଥିବା ଧାନଚାଷର କ୍ଷୟକ୍ଷତି ଆକଳନ କରିଛନ୍ତି। ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛିଏପଟେ ହାତୀପଲ ଛତିଶଗଡ଼ ମୁହାଁ ହୋଇଥିବା ଜଣାପଡ଼ିଛି। ଚିତାରମା-ଝୋଲାପଡ଼ା ଦେଇ ହାତୀପଲ ଫେରୁଥ୍ ବେଳେ ସେମାନଙ୍କ ଗତିବିଧ ଉପରେ ବନବିଭାଗ ନଜର ରଖୁଛି। ହାତୀପଲ ପୁଣି ଗାଁ ଓ ଚାଷଜମି ଆଡ଼କୁ ଫେରିବା ଆଶଙ୍କା ଥିବାରୁ ସୀମାନ୍ତବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ସଚେତନ କରାଯାଉଛିଉଲ୍ଲେଖଯୋଗ୍ୟ, ଓଡ଼ିଶା ସୀମାକୁ ଲାଗି ଛତିଶଗଡ଼ର 2 ଉଦନ୍ତୀ ଅଭୟାରଣ୍ୟ ରହିଥିବା ବେଳେ ଏହି ଅଞ୍ଚଳର ସୁନାବେଡ଼ା ଅଭୟାରଣ୍ୟ ସହ ଜଙ୍ଗଲ ଅଞ୍ଚଳର ସଂଯୋଗ ରହିଛି। ଫଳରେ ଖାଦ୍ୟ ଓ ଜଳର ସନ୍ଧାନରେ ବର୍ଷର ବିଭିନ୍ନ ସମୟରେ ଏହି ସୀମାନ୍ତ ଅଞ୍ଚଳକୁ ହାତୀପଲ ଆସିଥିବା ନଜିର ରହିଛି। ହାତୀପଲର ଆଗମନ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେଉଥିବାରୁ ସୀମାନ୍ତ ଅଞ୍ଚଳରେ ହାତୀ-ମଣିଷ ସଂଘର୍ଷ ରୋକିବା ଏବଂ ଚାଷୀଙ୍କ ଫସଲ ସୁରକ୍ଷା ନେଇ ନିରନ୍ତର ନଜରଦାରି ଆବଶ୍ୟକ ହୋଇପଡ଼ିଛି।