Hot Posts

6/recent/ticker-posts

ଜୟପୁର ସହର ବାସୀ ଙ୍କ ଦ୍ଵାରା ଦିବ୍ୟ ଶକ୍ତି କଳସ ସ୍ୱାଗତ

ଜୟପୁର, ୨୧/୦୯ ( ଏ. ଭେଙ୍କଟ ରାଓ ) : ଗତକାଲି ରବିବାର ଦିନ ଶାନ୍ତିକୁଞ୍ଜ ହରିଦ୍ବାର ଠାରୁ ୨୫୧ କୁଣ୍ଡୀୟ ଗାୟତ୍ରୀ ମହା ଯଜ୍ଞ ଉପଲକ୍ଷେ ସୁଶ୍ରୀ ଋତୁମ୍ଭରା ପାତ୍ର, ଶ୍ରୀ ନିରଞ୍ଜନ ପାଣିଗ୍ରାହି, ଶ୍ରୀ ଗଙ୍ଗାଧର ପାଣିଗ୍ରାହୀ, ଶ୍ରୀ ଗୋପାଳ ପାତ୍ର ୨୫୧ ଗ୍ରାମର ୧୩୦ ଜଣ ଶ୍ରଦ୍ଧାଳୁ ଙ୍କ ତତ୍ୱାବଧାନ ରେ ଅଣା ଯାଇ ଥିବା ଦିବ୍ୟ ଶକ୍ତି କଳସ ଙ୍କୁ ଝାଙ୍କଡ ଦେଇ ମନ୍ଦିର ଠାରେ ସ୍ଥାନୀୟ ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି , ୨୫୧ କୁଣ୍ଡୀୟ ମହାଯଜ୍ଞ ପରିଚାଳନା କମିଟି ସଭାପତି ପ୍ରକାଶ ଚନ୍ଦ୍ର ନାୟକ , ଶ୍ରୀ ବାଲ୍ମୀକି ପ୍ରଧାନ , ଶ୍ରୀ ରଜତ ଷଡ଼ଙ୍ଗୀ , ଶ୍ରୀମତୀ ଚିନ୍ମୟୀ ସାହୁ , ଶ୍ରୀ , ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ସମସ୍ତ ଗୁରୁମା ଓ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା କଳସ ଉଠାଇ ଶୋଭାଯାତ୍ରା ର ଶୁଭାରମ୍ଭ କରାଗଲା , ଜୟପୁର ସହର ର ଲିଙ୍ଗରାଜ ନଗର ସ୍ଥିତ ଗାୟତ୍ରୀ ପ୍ରଜ୍ଞାପୀଠ ଠାରେ ଶ୍ରୀ ପଙ୍କଜ ନୟନ ମହାପାତ୍ର ,କିଶୋର ନାୟକ ,ସୁରେଶ ସାହୁ , ପ୍ରମିଳା ମହାପାତ୍ର , ସ୍ୱାଗତ କରିଥିବା ବେଳେ ଗୁରୁଦ୍ୱାର ର ଭଜନ ସିଂ ଓ ସମସ୍ତ ସମାଜ କଲ୍ୟାଣ କାରି ଆଧ୍ୟତ୍ମିକ, ସାମାଜିକ ସଂସ୍ଥା ସଂଗଠନ ଯୁବକ ସଂଘ, ସହର ବାସୀ, ବୁଦ୍ଧିଜୀବି ଗଣ ସମ୍ମିଳିତ ହେଇ ପୁଷ୍ପମାଲ୍ୟ, ଘଣ୍ଟ, ତାଳ, ମୂର୍ଦଙ୍ଗ, ଶଙ୍ଖ, ହୁଳହୁଳି ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏଥିରେ ଅନିଲ ଦାଶ , ଅମର ପାଢ଼ୀ ରତନ ସାହୁ ,ଅବତାର ପଣ୍ଡା ,ମମତା ମିଶ୍ର, ରଶ୍ମିତା ସିଓ, କୃଷ୍ଣ ଚନ୍ଦ୍ର ସାହୁ ,ଯୋଗେଶ୍ୱରି ପାଣିଗ୍ରାହୀ ,ସରସ୍ୱତୀ ପରିଛା, ପୁଷ୍ପାଞ୍ଜଳି ସାହୁ, ଇନ୍ଦ୍ରା ଦାସ, ବାସନ୍ତୀ ସାହୁ ,ଶୁଭଶ୍ରୀ ପାଣିଗ୍ରାହୀ, ବାଜି ସେଠୀ, ତନୁଜା ପରିଛା , ପ୍ରଜ୍ଞା ପରିମିତା ପାଣିଗ୍ରାହୀ ,ମମତା ସାହୁ , ଜ୍ଯୋତି ରଞ୍ଜନ ପାଣିଗ୍ରାହୀ , ଏନ ପି ସିଂହ କରି , ବିଚିତ୍ରା ନନ୍ଦ ଧଲ୍, ଓ ଅବିଭକ୍ତ କୋରାପୁଟ ଜିଲ୍ଲା 1000 ରୁ ଉର୍ଦ୍ଧ ଗାୟତ୍ରୀ ପରିବାର ଙ୍କ ସମାଗମ ରହି ଥିଲା ।