ଅବହେଳିତ ସ୍ବାଭିମାନ ଅଞ୍ଚଳବାସୀ ଦୁଃଖ ଦୂର କରିବା ପାଇଁ ନାହାନ୍ତି କିଏ
ମାଲକାନଗିରି ୨୦/୦୯ (ଶରତ ଚନ୍ଦ୍ର ଖରା) : ମାଲକାନଗିରିରେ ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଶେଷ ସିମା ଆନ୍ଧ୍ର, ଓଡ଼ିଶାର ଶେଷ ସିମା ରେ ରହିଛି ପଣସପୁଟ ଗ୍ରାମ ପଞ୍ଚାୟତ ଆନ୍ଧ୍ର ପ୍ରଦେଶର ଆଲୁରୁ ସିତାରାମ ରାଜୁ ଜିଲ୍ଲା ଏବଂ ଓଡ଼ିଶା ପ୍ରଦେଶ ର ମାଲକାନଗିରି ଜିଲ୍ଲା ର ଶେଷ ସିମା ଯେଉଁଠି କି ପୂର୍ବ ନବୀନ ପଟ୍ଟନାୟକ ଙ୍କ ସରକାର ସମୟରେ ଗୁରୁ ପ୍ରିୟା ସେତୁ ନିର୍ମାଣ କରି ଅଞ୍ଚଳ ବାସି ଙ୍କ ଯାତାୟାତ ଓ ମୌଳିକ ସେବା ପାଇଁ ମାଲକାନଗିରି ଜିଲ୍ଳା ସଦର ମହକୂମା ଠାରୁ ପଣସ ପୁଟ କୁ ଯାତାୟତ ନିମନ୍ତେ ଗୋଟିଏ ଯାତ୍ରୀ ବାହୀ ବସ୍ ର ଚଳାଚଳ ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜିକୁ ଦୁଇବର୍ଷ ରୁ ଅଧିକ ହେବ ଉକ୍ତ ବସ୍ ଟି ମାସକରେ ଦଶଦିନ ଚାଲିଲେ କୋଡ଼ିଏ ଦିନ ବନ୍ଦ ରହୁଛି ଯାହା ଫଳରେ କି ଅଞ୍ଚଳ ବାସି ଅନେକ ଅସୁବିଧା ର ସମୁଖୀନ ହେଉଛନ୍ତି । ବ୍ଲକ୍ କାର୍ଯ୍ୟାଳୟ ପ୍ରାୟ ୬୦ କି.ମି., ବ୍ୟାଙ୍କ ୬୦ କି.ମି., BEO କାର୍ଯ୍ୟାଳୟ ପ୍ରାୟ ୧୦୦ କି.ମି., କୋର୍ଟ ୧୨୦ କି.ମି., ଆଧାର କେନ୍ଦ୍ର ୬୦ କି.ମି. ଏବଂ ମେଡିକାଲ୍ ସୁବିଧା ପାଇଁ ପ୍ରାୟ ୬୦ କି.ମି. ଯାତ୍ରା କରିବାକୁ ପଡୁଛି। ନିୟମିତ ବସ୍ ସେବା ମଧ୍ୟ ନଥିବାରୁ ଛାତ୍ରଛାତ୍ରୀ, ରୋଗୀ, ମହିଳା, ବୃଦ୍ଧ ଓ ସାଧାରଣ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମାସରେ ପ୍ରାୟ ୧୦ ଦିନ ବସ୍ ଚଳାଚଳ କରେ ଏବଂ ପ୍ରାୟ ୨୦ ଦିନ ବସ୍ ସେବା ବନ୍ଦ ରହେ। ଏପରି ସ୍ଥିତିରେ ଜରୁରୀ କାମ ପାଇଁ ଲୋକଙ୍କୁ ଅଧିକ ଖର୍ଚ୍ଚ କରି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।ବିକାଶର ଅର୍ଥ କେବଳ ଯୋଜନା ନୁହେଁ, ଲୋକଙ୍କ ପାଖରେ ସେବା ପହଞ୍ଚିବା। ତେଣୁ ପଣସପୁଟ ଅଞ୍ଚଳରେ ନିୟମିତ ବସ୍ ସେବା, ଭଲ ରାସ୍ତା ଓ ନିକଟରେ ବ୍ୟାଙ୍କିଂ, ଆଧାର ଓ ଚିକିତ୍ସା ସେବା ସହିତ ପ୍ରଶାସନିକ ସୁବିଧା ଉପଲବ୍ଧ କରାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଡବଲ ଇଞ୍ଜିନ୍ ସରକାର କେବେ ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କ ଦୁଃଖ ଦୁର କରିବ ତାହା ଦେଖିବାକୁ ବାକି।