Hot Posts

6/recent/ticker-posts

ରାୟଗଡ଼ାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ରାୟଗଡ଼ା, ୨୧/୦୯ ( ଭି. ଗୌରି ଶଙ୍କର ରାଓ ) : ସ୍ଥାନୀୟ ଗାନ୍ଧୀ ନଗର ୩ୟ ଲେନ୍ ସ୍ଥିତ ନାଇସ୍ ବଏଜ୍ ପୂଜା କମିଟି ତରଫରୁ ଆସନ୍ତା *୨୧ ସେପ୍ଟେମ୍ବର ୨୦୨୬, ରବିବାର ସକାଳ ୯ଟା ରୁ ଦିନ ୧୨.୩୦ ପର୍ଯ୍ୟନ୍ତ* ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ପ୍ରସିଦ୍ଧ ଡାକ୍ତର *ଡା. ଏ. ଗୌରୀ ଶଙ୍କର ରାଓ (MBBS, MD-General Medicine, Gold Medalist, Diabetologist)* ଉପସ୍ଥିତ ରହି ରୋଗୀମାନଙ୍କୁ ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦେବେ। ଶିବିରରେ *ମଧୁମେହ ପରୀକ୍ଷା (Blood Sugar Check), ରକ୍ତଚାପ ପରୀକ୍ଷା (BP Check), ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା* ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରା ଜାଇଚି ର ବାର୍ତା ନେଇ ଏହି ଶିବିର ଆୟୋଜନ କରାଯାଉଛି। ରାୟଗଡ଼ା ଅଞ୍ଚଳର ଅଧିକରୁ ଅଧିକ ଲୋକ ଏହି ଶିବିରରେ ଯୋଗଦେଇ ସୁଯୋଗର ଲାଭ ଉଠାଇବାକୁ ଆୟୋଜକ କମିଟି ପକ୍ଷରୁ ନିବେଦନ କରାଯାଇଛି। ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଗଣେଶ ପୂଜା ରେ ଜିଲ୍ଲା ରେ ନାଇସ ବୋୟସ କମିଟି ତରଫ ରୁ ଏକ ନିଆରା ଢଙ୍ଗ ରେ କରା ଯାଇଚି।