Hot Posts

6/recent/ticker-posts

ନୂଆପଡ଼ାରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ ରଣନୀତି ନେଇ ଆଲୋଚନା

ନୂଆପଡ଼ା, ୧୨/୦୯ ( ପରମେଶ୍ୱର ମେହେର ) : ଭାରତୀୟ ଜନତା ପାର୍ଟି, ନୂଆପଡ଼ା ଜିଲ୍ଲା ପକ୍ଷରୁ ନୂଆପଡ଼ା ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ, ଆଗାମୀ ରଣନୀତି ଓ ଜନସେବାକୁ ଅଧିକ ସୁଦୃଢ଼ କରିବା ନେଇ ବରିଷ୍ଠ ନେତୃତ୍ୱଙ୍କ ସହ ଆଲୋଚନା କରିଲି। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ଶତପଥୀ, କଳାହାଣ୍ଡି ପୂର୍ବତନ ସାଂସଦଶ୍ରୀ ବସନ୍ତ କୁମାର ପଣ୍ଡା,   ପୂର୍ବତନ ଖରିଆର ବିଧାୟକ ଶ୍ରୀ ହିତେଶ କୁମାର ବଗର୍ତ୍ତୀ, ନୂଆପଡ଼ା ଜିଲ୍ଲା ବିଜେପି ଇନ୍‌ଚାର୍ଜ ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର, SDC ନୂଆପଡ଼ା ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ହୋମସିଂହ ମାଝୀ ଏବଂ ନୂଆପଡ଼ା ଜିଲ୍ଲା ବିଜେପି ସଭାପତି ଶ୍ରୀ କମଳେଶ ଦୀକ୍ଷିତଙ୍କ ସହ ଦଳର ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ସଂଗଠନ ହେଉଛି ଆମ ଶକ୍ତି ଏବଂ କାର୍ଯ୍ୟକର୍ତ୍ତା ହେଉଛନ୍ତି ଆମ ଦଳର ପ୍ରାଣ। ନୂଆପଡ଼ାର ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷା ଓ ବିକାଶକୁ ସର୍ବାଗ୍ରେ ରଖି ଏକତ୍ରିତ ଭାବେ ଆଗକୁ ବଢ଼ିବା ପାଇଁ ଆଜିର ଏହି ବୈଠକ ଆମ ସମସ୍ତଙ୍କୁ ନୂତନ ଉତ୍ସାହ ଓ ଦିଗଦର୍ଶନ ପ୍ରଦାନ କରିଛି। ଆସନ୍ତୁ, ସଂଗଠନକୁ ଆହୁରି ମଜବୁତ କରି ନୂଆପଡ଼ାର ବିକାଶ ଓ ଜନସେବାର ଯାତ୍ରାକୁ ଆହୁରି ଗତିଶୀଳ କରିବା।