Hot Posts

6/recent/ticker-posts

ଭବାନୀପାଟଣା ବ୍ଲକ ପରିସରରେ ‘ଭୀମ ଭୋଇ ସାମର୍ଥ୍ୟ ଶିବିର’ ଅନୁଷ୍ଠିତ: ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ

ଭବାନୀପାଟଣା, ୧୧/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (SSEPD Department) ପକ୍ଷରୁ ଚଳିତ ୨୦୨୬-୨୭ ବର୍ଷ ପାଇଁ ଭବାନୀପାଟଣା ବ୍ଲକ ପରିସରରେ ଏକ ବିଶାଳ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର (BBSA) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ଶିବିରରେ ଭାବନୀପାଟଣା ପଞ୍ଚାୟତ ସମିତି ଉପାଧକ୍ଷ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, ତନ୍ମୟ କୁମାର ଦରଵାନ, ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି, ଶ୍ରୀ ଚନ୍ଦନ କୁମାର ଭୋଇ,ଗୋଷ୍ଟି ଉନ୍ନୟନ ଅଧିକାରୀ,ଭାବନୀପାଟଣା ପଞ୍ଚାୟତ ସମିତି, ଶ୍ରୀ ଦିନେଶ କୁମାର କହଁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କଳାହାଣ୍ଡି, ଶ୍ରୀ ଶ୍ରୀଧର ପଣ୍ଡା, ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ, ଶ୍ରୀ ଦୋଳମଣି ପ୍ରଧାନ, ସାଧାରଣ ସମ୍ପାଦକ, ଜିଲ୍ଲା ଭିନ୍ନକ୍ଷ୍ୟମ ସମିତି, କଳାହାଣ୍ଡି ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରି ଉକ୍ତ ସବିରି ଉପରେ ନିଜ ନିଜ ମନ୍ତବ୍ୟ ରଖିଥିଲେ । ବ୍ଲକ ଅଞ୍ଚଳର ଶତାଧିକ ଭିନ୍ନକ୍ଷମ ବ୍ୟକ୍ତି ଏହି ଶିବିରରେ ଯୋଗଦେଇ ବିଭିନ୍ନ ସରକାରୀ ସେବାର ସୁଫଳ ପାଇଛନ୍ତି। ଉକ୍ତ ଶିବିର କୁ ଶ୍ରୀ ସିଦ୍ଧେସ୍ବର ଦେବ, ସାମାଜିକ ସୁରକ୍ଷ୍ୟା ଅଧିକାରୀ ପରିଚାଳନା କରିଥିଲେ ଏବଂ ତାଙ୍କ ସହିତ ବ୍ଲକ ର କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟାନ କରି ଥିଲେ ।
ଡାକ୍ତରୀ ଦଳଙ୍କ ଦ୍ୱାରା ଯାଞ୍ଚ ଓ ପ୍ରମାଣପତ୍ର ବଣ୍ଟନ:
ଶିବିରରେ ବିଶେଷଜ୍ଞ ଡାକ୍ତରୀ ଦଳ (Medical Team) ଉପସ୍ଥିତ ରହି ଶିବିରକୁ ଆସିଥିବା ଶାରୀରିକ, ମାନସିକ, ଦୃଷ୍ଟିହୀନ ଏବଂ ଶ୍ରବଣ ବାଧିତ ଭିନ୍ନକ୍ଷମମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ଅକ୍ଷମତାର ପ୍ରତିଶତ ଆଧାରରେ ଡିଜାବିଲିଟି ସାର୍ଟିଫିକେଟ (Disability Certificate) ଏବଂ ବସ୍‌ ତଥା ରେଳ ଯାତ୍ରା ପାଇଁ ରିହାତି ପାସ୍ ତତ୍କାଳ ପ୍ରଦାନ କରାଯାଇଥିଲା।
ସହାୟକ ଉପକରଣ ଓ ସଶକ୍ତୀକରଣ:
ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଅଧୀନରେ ହିତାଧିକାରୀଙ୍କ ଆବଶ୍ୟକତା ମୁତାବକ ହୁଇଲ ଚେୟାର, ଟ୍ରାଇସାଇକେଲ, ଶ୍ରବଣ ଯନ୍ତ୍ର, କାଖ ବାଡ଼ି (Crutches) ଏବଂ ଦୃଷ୍ଟିହୀନଙ୍କ ପାଇଁ ସ୍ୱତନ୍ତ୍ର ବାଡ଼ି ବଣ୍ଟନ ପାଇଁ ପଞ୍ଜୀକରଣ ଓ ବଣ୍ଟନ କରାଯାଇଛି। ଏହା ସହିତ ସେମାନଙ୍କର ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ପାଇଁ ସରକାରଙ୍କ ବିଭିନ୍ନ ଋଣ ଯୋଜନା ଓ ଦକ୍ଷତା ବିକାଶ (Skill Development) କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବ୍ଲକ ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ମାନେ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସ୍ଥାନୀୟ ଜନସାଧାରଣ ଓ ଭିନ୍ନକ୍ଷମଙ୍କ ପରିବାରବର୍ଗ ସରକାରଙ୍କର ଏହି ପ୍ରଶଂସନୀୟ ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପ ଖଣ୍ଡ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ