Hot Posts

6/recent/ticker-posts

ଲାଞ୍ଜିଗଡ ପାତ୍ର ପଡାରେ ଅଘଟଣ,ଘର ଭାଙ୍ଗିଲା ଅଳ୍ପକେ ବର୍ତ୍ତୀଲେ ଘର ଭିତରେ ଥିବା ୩ ମହିଳା I

କଳାହାଣ୍ଡି, ୧୧/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତ ସ୍ଥିତ ଲାଗି ରହିଛି ଲଗାଣ ବର୍ଷା । ଏହି ଲଗାଣ ବର୍ଷା ପ୍ରଭାବରେ ଅନେକ ଘର ଭୁଷୁଡି ପଡ଼ୁଥିବା ବେଳେ ଲାଞ୍ଜିଗଡ ପାତ୍ର ପଡାରେ ଘଟିଛି ଏକ ଅଭାବନୀୟ ଅଘଟଣ । ଜଣକର ଘର ଉପରେ ଏକ ବହୁ ପୁରାତନ ଜାମୁକୋଳି ଗଛ ପଡିଯାଇଥିଲI,କିନ୍ତୁ ସୌଭାଗ୍ୟ ବସତଃ ଘର ଭିତରେ ଥିବା ୩ ମହିଳା ଏବଂ ଏକ ଶିଶୁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି । ସୂଚନା ଅନୁସାରେ ଲଗାଣ ବର୍ଷା ପ୍ରଭାବରୁ ଗତ ବିଳମ୍ବିତ ରାତିରେ ୦୯ ଘଣ୍ଟା ୩୦ ମିନିଟ ସମୟରେ ବାସନ୍ତି ପ୍ରଧାନୀ ଲଳିତା ଦେଈ ଏବଂ ଅହଲ୍ୟା ପ୍ରଧାନୀ ନାମକ ତିନି ମହିଳା ଏକ ଘରେ ସେମାନଙ୍କ ଏକ ଶିଶୁଙ୍କୁ ନେଇ ଖାଇ ପିଇ ଶୋଇଥିଲେ । ଲାଗି ରହିଥିଲା ବର୍ଷା ହଠାତ୍ ଘରକୁ ଲାଗି ରହିଥିବା ଏକ ବିରାଟକାୟ ଜାମୁକୋଳି ଗଛ ଉପୁଡି ପଡି ଘର ଉପରେ ପଡିଯାଇଥିଲା । ଯାହାଦ୍ଵାରା ଘର ଭାଙ୍ଗି ଯାଇଥିବା ବେଳେ ଘର ଭିତରେ ଥିବା ୩ ମହିଳାଙ୍କ ମଧ୍ୟରୁ ଅହଲ୍ୟାଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଖଣ୍ଡିଆ ଖାବରା ହୋଇଯାଇଥିଲେ । କିନ୍ତୁ ସୌଭାଗ୍ୟ ବସତଃ ଏକ ଶିଶୁ ଙ୍କ ସମେତ ସମସ୍ତେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି । ଏହି ଘଟଣା ନେଇ ପ୍ରଶାସନ ଜାଣିବା ପରେ ଗତକାଲି ରାତି ୧୦ ଘଣ୍ଟା ୩୦ ମିନିଟ ସମୟରେ ଅଗ୍ନିଶମ ବିଭାଗ ମାଧ୍ୟମରେ ଗଛ କାଟି ସଫା କରାଯାଇଛି । ଅନ୍ୟପଟେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ୩ ମହିଳା ଏବେ ଏକ ଅସହାୟ ଅବସ୍ଥାରେ ପଡିଛନ୍ତି I ତାଙ୍କର ଯେଉଁ ରୋଜଗାର ପନ୍ଥା ଥିଲା ସେହି କିରାନା ଦୋକାନ ଘର ସମ୍ପୂର୍ଣ ଭାଙ୍ଗି ଚୁର-ମIର ହଇଯାଇଛି,ଦୋକାନ ଘରେ ବିକ୍ରି କରିବା ପାଇଁ ଛୋଟ କିରାନା ଦୋକାନ ସମାନ ସମସ୍ତ ନଷ୍ଟ ହୋଇଯାଇଛି I ଏହି ଦୋକାନରୁ କିଛି ତାଙ୍କ ଚାରୀ ପ୍ରାଣୀ ଗୁଜୁରାଣ ମେଣ୍ଟେଉ ଥିଲେ କିନ୍ତୁ ଯେଉଁ ଭଗବାନ ଦାଉ ସଧିଲେ ସେମାନେ ଚଳିବାଟା ବର୍ତ୍ତମାନ ବୋହୁତ କଷ୍ଟ ଦାୟକ ହୋଇପଡିଛି I ସେହି ସାଇର କିଛି ଭଦ୍ର ଲୋକ ଆମ ଜରିଆରେ ତାଙ୍କ ପରିବାର ପାଇଁ ପ୍ରଶାସନ ପାଖରେ ବିନତୀ କରିଛନ୍ତି I ଯେ ପ୍ରଶାସନ ତରଫରୁ କିଛି ସାହାଯ୍ୟ ଓ ସହଯୋଗ ତାଙ୍କ ପରିବାରକୁ କରାଯାଉ ଏବଂ ତାଙ୍କୁ ସରକାରଙ୍କ ତରଫରୁ ଇନ୍ଦ୍ରା ଆବଶ ଯୋଜନାରେ ଘର ଖଣ୍ଡେ ଯୋଗେଦିଆଯାଉ I ସେଇମାନଙ୍କୁ କିଛି ଆର୍ଥିକ ସାହାଯ୍ୟ କରାଗଲେ ପୁଣି କିଛି କିରାନା ସମାନ ଆଣି ନିଜ ଗୁଜୁରାଣ ମେଣ୍ଟେଇ ପାରିବେ ବୋଲି ସେଇ ସାଇର ଜନସାଧାରଣ ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି I



କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ