କେନ୍ଦୁମୁଣ୍ଡା କ୍ଲଷ୍ଟରର ୨ୟ MCM ବୈଠକ ସମ୍ପନ୍ନ, FLN କାର୍ଯ୍ୟକ୍ରମର ସୁଦୃଢ଼ ରୂପାୟଣ ଉପରେ ଗୁରୁତ୍ୱ
ନୂଆପଡ଼ା, ୦୧/୦୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା କ୍ଲଷ୍ଟରର ୨ୟ ମାସିକ କ୍ଲଷ୍ଟର ବୈଠକ (MCM) କୁଲିଆପଥର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସୁନ୍ଦର ଓ ଶୃଙ୍ଖଳିତ ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟରର CRCC ଶ୍ରୀ ମହେନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କ୍ଲଷ୍ଟର ଅଧୀନସ୍ଥ ସମସ୍ତ ପ୍ରଧାନଶିକ୍ଷକ ଓ FLN Dedicated Teacher ମାନେ ଉପସ୍ଥିତ ରହି ସକ୍ରିୟ ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ କୁଲିଆପଥର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସତ୍ୟାନନ୍ଦ ମାଝୀ ଉପସ୍ଥିତ ଅତିଥି, ପ୍ରଧାନଶିକ୍ଷକ ଓ FLN Dedicated Teacherମାନଙ୍କୁ ସ୍ୱାଗତ ଜଣାଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) କାର୍ଯ୍ୟକ୍ରମର ସଫଳ ରୂପାୟଣ, ଶିକ୍ଷାଦାନ ପ୍ରଣାଳୀକୁ ଅଧିକ ଫଳପ୍ରଦ କରିବା, ଶ୍ରେଣୀକକ୍ଷରେ ଶିକ୍ଷଣ-ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳକୁ ଅଧିକ ସୁଦୃଢ଼ କରିବା ନେଇ ବିଭିନ୍ନ ବିଷୟରେ ଆଲୋଚନା ଓ ମତବିନିମୟ ହୋଇଥିଲା। ଏହି ଅବସରରେ କାନ୍ଦୁଲକୋନା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରମଣ ହେଣ୍ଡା ମଧ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ବୈଠକରେ ପ୍ରିୟଙ୍କା ରାଣୀ ଦାସ, ସୁବେନ୍ଦୁ ନାଏକ, ମୋତିଲାଲ ବାଗ, ବିଦିତ ନାରାୟଣ ସିପକା, ପୁଷ୍ଠାନନ୍ଦ ନାଏକ, ଶରତ ଚନ୍ଦ୍ର ନାଏକ, ପୂର୍ଣ୍ଣଚନ୍ଦ୍ର ସାହାଣ୍ଡ, କିଶୋର ଜଗତ, ଚିତ୍ରସେନ ମେହେର, ପୂର୍ଣ୍ଣଚନ୍ଦ୍ର ହଂସ, ଘେନୁରାମ ପୋଢ଼, ରମେଶ ଚନ୍ଦ୍ର ଖର୍ସେଲ, ତୁଳାରାମ ନାଗ, ହୃଷିକେଶ ଛତ୍ରିଆ ଓ ସଞ୍ଜୟ କୁମାର ରାଉଳଙ୍କ ସମେତ କ୍ଲଷ୍ଟରର ସମସ୍ତ Head ଓ FLN Dedicated Teacher ଉପସ୍ଥିତ ଥିଲେ। ବୈଠକରେ ଶିକ୍ଷକମାନେ ପରସ୍ପର ନିଜ ନିଜ ଅଭିଜ୍ଞତା ବାଣ୍ଟିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷଣକୁ ଅଧିକ ସହଜ, ଆନନ୍ଦଦାୟକ ଓ ପ୍ରଭାବଶାଳୀ କରିବା ଦିଗରେ ବିଭିନ୍ନ ଶିକ୍ଷଣ କୌଶଳ ଓ ମତାମତ ଆଦାନପ୍ରଦାନ କରିଥିଲେ। ଫଳରେ ବୈଠକଟି ଏକ ଫଳପ୍ରଦ ଶିକ୍ଷାମୂଳକ ଆଲୋଚନାର ମଞ୍ଚରେ ପରିଣତ ହୋଇଥିଲା। ସଭାର ଶେଷରେ ଧୁଙ୍ଗିଆମୁଣ୍ଡା ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହାଣ୍ଡ ସମସ୍ତ ଉପସ୍ଥିତ ପ୍ରଧାନଶିକ୍ଷକ, FLN Dedicated Teacher ଓ ଅନ୍ୟାନ୍ୟ ଶିକ୍ଷକମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। ସମସ୍ତଙ୍କ ସହଯୋଗ, ସକ୍ରିୟ ଅଂଶଗ୍ରହଣ ଓ ମତବିନିମୟ ଯୋଗୁଁ କେନ୍ଦୁମୁଣ୍ଡା କ୍ଲଷ୍ଟରର ୨ୟ MCM କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।