Hot Posts

6/recent/ticker-posts

ଜାତୀୟ ପତାକାକୁ ଅସମ୍ମାନ, କାଦରାୟାଁ ଉର୍ଦୁ ବିଦ୍ୟାଳୟରେ ୨ ଦିନ ଧରି ଝୁଲିଲା ପତାକା l

ବାଲେଶ୍ୱର, ୧୭/୦୮ ( ପ୍ରଭାକର ମଲ୍ଲିକ ) : ସ୍ୱାଧୀନତା ଦିବସ ପରେ ମଧ୍ୟ ବିଦ୍ୟାଳୟ ପରିସରରେ ଜାତୀୟ ପତାକାକୁ ଓହ୍ଲାଯାଇ ନଥିବା ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବସ୍ତା ବ୍ଲକ କାଦରାୟାଁ ସରକାରୀ ଉର୍ଦୁ ପ୍ରାଥମିକ ବିଦ୍ୟାଳୟରେ ଲଗାଣ ୨ ଦିନ ଧରି ଜାତୀୟ ପତାକା ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ଗତ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ପରେ ବିଦ୍ୟାଳୟ କର୍ତୃପକ୍ଷ ଜାତୀୟ ପତାକାକୁ ଓହ୍ଲାଇ ସମ୍ମାନର ସହ ରଖିନଥିଲେ। ଫଳରେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ପତାକା ଖୁଣ୍ଟରେ ଝୁଲି ରହିଥିଲା।ଆଜି ସକାଳେ କିଛି ସ୍ଥାନୀୟ ଲୋକ ରାସ୍ତାରେ ଯାଉଥିବା ସମୟରେ ବିଦ୍ୟାଳୟରେ ଜାତୀୟ ପତାକା ଉଡୁଥିବା ଦେଖି ତୁରନ୍ତ ପ୍ରତିବାଦ କରିଥିଲେ।ଜାତୀୟ ପତାକା ସଂହିତା ଆଇନ ଅନୁଯାୟୀ ସୂର୍ଯ୍ୟାସ୍ତ ପୂର୍ବରୁ ପତାକା ଓହ୍ଲାଇବା ଏବଂ ଏହାକୁ ସମ୍ମାନର ସହ ରଖିବା ବାଧ୍ୟତାମୂଳକ।ଏହାର ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ, କିନ୍ତୁ ଏହାକୁ ଖାତିର କରିନାହାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ।ଆମ ଦେଶର ଗର୍ବ ଓ ଗୌରବ ହେଉଛି ତ୍ରିରଙ୍ଗା,ଏହାକୁ ଏମିତି ଅବହେଳା କରିବା ଜାତୀୟ ପତାକା ଆଇନର ଉଲ୍ଲଂଘନ ଶିକ୍ଷକମାନେ ପିଲାଙ୍କୁ କ’ଣ ଶିଖାଇବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ। ଏହା ଏକ ସଂଖ୍ୟାଲଘୁ ବିଦ୍ୟାଳୟ ହୋଇପାରେ, କିନ୍ତୁ ଜାତୀୟ ପତାକା ସମସ୍ତଙ୍କ ପାଇଁ ସମାନ। ଏହାକୁ ଏମିତି ଅସମ୍ମାନ କରିବା ଜାତୀୟ ପତାକା ଆଇନର ସ୍ପଷ୍ଟ ଉଲ୍ଲଂଘନ, ତେଣୁ ତୁରନ୍ତ ଜିଲ୍ଲପାଳ ବିଭାଗୀୟ ଅଧିକାରୀ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।ଏ ନେଇ ବସ୍ତା ବିଇଓ ଯଜ୍ଞେଶ୍ଵର ଜେନା କହିଛନ୍ତି, ଏହା ଜାତୀୟ ପତାକା ସମ୍ମାନ ସହ ଜଡିତ,ଏଭଳି ଅବହେଳା ଆଦୌ ଗ୍ରହଣୀୟ ନୁହେଁ।ସମ୍ପୃକ୍ତ ବିଦ୍ୟାଳୟ କର୍ତୃପକ୍ଷଙ୍କଠୁ ଲିଖିତ ବୟାନ ମଗାଯିବ ଏବଂ ରିପୋର୍ଟ ଉପରେ ଆଧାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଫରିଦା ଖାତୁନ(ବିବି) କହିଲେ, ଏହା ଅନିଚ୍ଛାକୃତ ଭୁଲ, ଖବର ପାଇବା ପରେ ଆମେ ତୁରନ୍ତ ପତାକାକୁ ଓହ୍ଲାଇ ସମ୍ମାନର ସହ ସାଇତି ରଖିଛୁ।


ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l